ବନ୍ଧୁତାରେ କଳଙ୍କ । ବିଶ୍ୱାସରେ ଘରକୁ ଆସିଲା ପତ୍ନୀଙ୍କ ସହ କଲା ଦୁଷ୍ମର୍ମ । ତେବେ ଦିନେ ନୁହେଁ କି ଦୁଇ ଦିନ ଗୋଟିଏ ବର୍ଷ ପର୍ଯ୍ୟନ୍ତ କରିଥିଲା କୁକର୍ମ । ଏଭଳି ଏକ କୁକର୍ମ ଘଟିଛି ଫତେହାବାଦ ଦାଖଲକ୍ଷେତ୍ର ଗାଁରେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଫେରାଥିବା ଜଣା ପଡିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଦାଖଲକ୍ଷେତ୍ର ଗାଁରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଜଣେ ସାଙ୍ଗ ବ୍ଳାକମେଲ କରି ବର୍ଷେ ଧରି ଦୁଷ୍ମର୍ମ କରି ଆସୁଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ ନଥିବା ସମୟରେ ଘରକୁ ଆସିଥିଲେ ବନ୍ଧୁ । ମହିଳାଙ୍କୁ ଏକା ପାଇବା ପରେ ମନରେ ପାପ ଚିନ୍ତା ଆସିଥିଲା । ଫଳରେ ଦେହର ଭୋକ ମେଣ୍ଟେଇବାକୁ ଯାଇ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।
ବେଇମାନ ବନ୍ଧୁର କେବଳ ଦୁଷ୍କର୍ମରେ ମନ ଶାନ୍ତି ହେଲାନି ଯେ ଦୁଷ୍କର୍ମ ସମୟରେ ଭିଡିଓ ଉଠେଇଥିଲା । ଯାହାକୁ ଦେଖାଇ ବାରମ୍ବାର ମହିଳାଙ୍କୁ ବ୍ଳାକମେଲ କରୁଥିଲା । ଏବଂ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଦେବାର ଭୟ ମଧ୍ୟ ଦେଖାଉ୍ଥିଲା । ଭିଡିଓ ବାହାରେ ଭାଇରାଲ ହୋଇଯିବା ଭୟରେ ମହିଳା ତାଙ୍କ କଥାରେ ରାଜି ହୋଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ । ଏହାର ଫାଇଦା ନେଇ ଅଭିଯୁକ୍ତ ବର୍ଷେ ଧରି ଦୁଷ୍କର୍ମ କରିଥିଲା । ତେବେ ଯଦି ଏହି ସମ୍ପର୍କରେ କାହାକୁ କହିବ ତେବେ ମାରିଦେବାର ଭୟ ମଧ୍ୟ ଦେଖାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ଶେଷରେ ଡର ଛାଡି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ ସତ କଥା କହିଥିଲେ । ଏବଂ ଦୁହେଁ ମିଶି ଥାନାରେ ବେଇମାନ ବନ୍ଧୁ ନାଁରେ ଏତଲା ଦେଇଥିଲେ । ଏହି ଏତଲା ମାଧ୍ୟମରେ ପୋଲିସ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଯଥାଶିଘ୍ର ଧରିବା ସହ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସୂଚନା ଦେଇଛି ପୋଲିସ ।