ହରିୟାଣା (ଏଟିଆର ବ୍ୟୁରୋ ) ; ବହୁଚର୍ଚ୍ଚିତ ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଆଜି ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ପେସାଲ ଟିମ ର ଉଦ୍ୟମରେ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଏହି ଗଣ ଦୁଷ୍କର୍ମରେ ଲିପ୍ତ ଥିବା ମୁଖ୍ୟ ଅଭିଯୁକ୍ତ ତଥା ମୋଟ ତିନି ଜଣଙ୍କ ଫୋଟୋ ରିଲିଜ କରିଛି ହରିୟାଣା ପୋଲିସ ।
ଖାଲି ସେତିକି ନୁହେଁ ସେମାନଙ୍କୁ ଧରାଇଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି ହରିଆଣା ପୋଲିସ । ତେବେ ତିନି ଜଣ ଅଭିଯୁକ୍ତଙ୍କ ନାମ ମନୀଷ , ନିଷ୍ଣୁ ଓ ପଙ୍କଜ ବୋଲି ଜଣା ପଡିଛି । ସେମାନଙ୍କ ମଧ୍ୟରୁ ପଙ୍କଜ ପ୍ରତିରକ୍ଷା ବିଭାଗ ରେ କାମକରି ଏବେ ରାଜସ୍ଥାନରେ ଅବସ୍ଥାପିତ ଥିବା ଜଣାପଡିଛି ।
କାନିନ୍ ଥାନା ଇନିସପେକ୍ଟର ଅନିରୁଦ୍ଧଙ୍କ କହିବା ଅନୁସାରେ ସେ ସମସ୍ଥ ଅଭିଯୁକ୍ତ ମାନେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଗ୍ରାମର ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ବୟସ ୨୦-୨୫ ମଧ୍ୟରେ ହେବ । ସେପଟେ ଅଭିଯୁକ୍ତ ମାନେ ପୀଡିତାଙ୍କୁ ଏକ କାର ଯୋଗେ ଅପହରଣ କରି ନିଶା ସେବନ କରାଇଥିଲେ ଓ ପରେ ଗଣ ଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।