ହରିୟାଣା (ଏଟିଆର ବ୍ୟୁରୋ); ପଞ୍ଚାୟତ ନିର୍ବାଚନରେ ହାରିଥିବା ସରପଞ୍ଚ ପ୍ରାଥୀ ସେଲ୍ସ ଗାର୍ଲକୁ ଦୁଷ୍କର୍ମ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ ଗିରଫ କରିଛି । ତେବେ ସରପଞ୍ଚ ଦୁଷ୍କର୍ମ କରୁଥିବା ଭିଡିଓ କାହା ଆଇଡିରୁ ଆସିଛି ଏବଂ କିଏ ଏହି ଭିଡିଓକୁ ଉଠେଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।
ପୋଲିସ ରିପୋର୍ଟ ମୁତାବତ ଏହି ଘଟଣା ଘଟିଛି ହରିୟାଣା ଇନ୍ଦ୍ରି ଥାନା ଅନ୍ତର୍ଗତ ଧାନ ଖେଡି ଗାଁରେ । ସେହି ଗ୍ରାମରେ ସରପଞ୍ଚ ପ୍ରାଥୀ ପାଇଁ ଛିଡା ହୋଇଥିବା ସୁରେନ୍ଦ୍ର ସଂହ ଭୌରିୟା ସ୍ଥାନୀୟ ଅଞ୍ଚଳରେ ଦୋକାନରେ କାମ କରୁତିବା ସେଲ୍ସ ଗାର୍ଲକୁ ଦୁଷ୍କର୍ମ କରିଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ସ୍ପଷ୍ଠ ସୁରେନ୍ଦ୍ର ଜଣାପଡି ଯାଉଛନ୍ତି । ଏଣୁ ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।