ଯୋଧପୁର (ଏଟିଆର ବ୍ୟୁରୋ); ଗୁରୁ ଶିଷ୍ୟଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଗୁରୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି । ଜୀବନରେ ବଡ ମଣିଷ ହେବା ପାଇଁ ବାଟ ଦେଖାଇଥାନ୍ତି । ଏଣୁ ଯଦି ଛାତ୍ର ଛାତ୍ରୀମାନେ କିଛି ଭୁଲ କରନ୍ତି ତେବେ ସେମାନଙ୍କୁ ଅବାଟରୁ ବାଟକୁ ଆଣିବା ପାଇଁ ଗୁରୁ ଗାଳି କରିଥାନ୍ତି । ତେବେ ଏହି ଗାଳି ହେଉଛି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତରେ କାମରେ ଆସିଥାଏ । ମାତ୍ର ଗୁରୁ ଗାଳି କରିଥିବା କଥାକୁ କେତେକ ଶିଷ୍ୟ ସହଜରେ ଗ୍ରହଣ କରି ପାରିନଥାନ୍ତି । ଏବଂ ଗୁରୁଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଚେଷ୍ଠା କରିଥାନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲା । ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ଗାଳି କରିଥିବାରୁ ଛାତ୍ରୀ ଜଣକ ଶିକ୍ଷୟତ୍ରୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଇ ଦେଇଛି ।
ମିଳିଥିବା ସୂଚନା ମୁତାବକ ହେଲି ନାମକ ଏୟାର ହଷ୍ଟେସରେ ପାଠ ପଢ଼ୁଥିଲେ । ସେଠାରେ ପାଠ ପଢ଼ାଉଥିବା ଜଣେ ଜଣେ ଶିକ୍ଷୟତ୍ରୀ କୌଣସି କାରଣରୁ ହେଲିଙ୍କୁ କ୍ଳାସରୁମରେ ଗାଳି କରି କରିଥିଲେ । ଯାହାକି ହେଲିଙ୍କୁ ବହୁତ ବାଧିଥିଲା । ପରେ ତାଙ୍କ ମୁଣ୍ଡକୁ ପିତ ଚଢ଼ିଯିବାରୁ ସେ ତାଙ୍କର ଜଣେ ପୁରୁଷ ବନ୍ଧୁ ପଙ୍କଜଙ୍କ ସହିତ ମିଶି ମ୍ୟାଡାମଙ୍କ ନାଁରେ ଏକ ଫେକ ଆଇଡିରେ ଇନଷ୍ଟାଗ୍ରାମ ଖୋଲି ସେଥିରେ ଅଶ୍ଳିଳ ଫଟୋ ପୋଷ୍ଟ କରିଥିଲେ । ପୋଷ୍ଟ କରିବା ପରେ ଶିକ୍ଷୟତ୍ରୀଙ୍କ ନିଜ ଲୋକଙ୍କ ମଧ୍ୟ ଟ୍ୟାଗ କରୁଥିଲେ । ଏବଂ ଅନ୍ୟ ଆଇଡିରୁ ଅରୁଚିକର କମେଣ୍ଟ ମଧ୍ୟ ଲେଖି ପଠାଉଥିଲେ ହେଲି ଏବଂ ପଙ୍କଜ । ସେମାନେ ଏଭଳି ଭାବରେ କିଛି ଦିନ ଧରି ଚଳାଇଥିଲେ ।
ତେବେ ଶିକ୍ଷୟତ୍ରୀଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ ସେ ଥାନାରେ ଏତଲା ଦେଇଥିଲେ । ପରେ ସାଇବର କେସ ଲାଗୁ ହେବା ପରେ ଜଣାପଡିଲା କି ଏଥିରେ ଛାତ୍ରୀଙ୍କର ସମ୍ପୃକ୍ତି ରହିଛି । ଏହା ପରେ ପୋଲିସ ଉଭୟଙ୍କୁ ଥାନାକୁ ଡାକି ଅଟକ ରଖି ପଚରା ଉଚରା କରୁଛି । ଏବେ ସେହି ଆଇଇଡିଟି ବନ୍ଦ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି କେସ ଦେବା ପରେ ହେଲିଙ୍କ କେହି ସମ୍ପର୍କୀୟ ଫୋନ କରି ଶିକ୍ଷୟତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଛାତ୍ର ଛାତ୍ରୀଙ୍କୁ ଗାଳି କରିବା କଣ ଭୁଲ?