ମହାରାଷ୍ଟ୍ର (ଏଟିଆର ବ୍ୟୁରୋ); ଦେହର ଭୋକ ଆଗରେ ଫିକା ପଡିଲା ସମ୍ପର୍କ । ଶେଷରେ ନିଜର ମା ସମାନ ଭାଉଜକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା ବେଇମାନ ଦିଅର। ଘରେ କେହି ନଥିବାର ସୁଯୋଗ ନେଇ ଭାଉଜକୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା ଦିଅର। ତେବେ ମହିଳା ପାଟି କରି ଡାକିବାରୁ ପଡୋଶୀ ଆସି ଉଦ୍ଧାର କରିଥିଲେ । ଏହି ଘଟଣାରେ ଜଡିତ ଥିବା ଅଭିଯୁକ୍ତ ଫେରାର ହୋଇ ଯାଇଛି। ଥାନାରେ ମହିଳା ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।
ଏଭଳି ଏକ ଲଜ୍ୱା ଜନକ ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ କଲ୍ୟାପୁର ଅଞ୍ଚଳରେ। ପୋଲିସ ରିପୋର୍ଟ ଅନୁଯାୟୀ ମହିଳାଙ୍କ ସ୍ୱାମୀ ଜଣେ ପକ୍ଷାଘାତ ରୋଗୀ । ସେ ବିଞ୍ଚଣାରୁ ଉଠି ପାରନ୍ତି ନାହିଁ । ଘରେ ଶାଶୂ ଶ୍ୱଶୂର ଏବଂ ଦିଅରଙ୍କ ସହ ରହୁଥିଲେ। ତେବେ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଭାଉଜଙ୍କୁ ଏକା ଦେଖିବା ପରେ ମନରେ ପାପ ଚିନ୍ତା କରିଥିଲା ୧୬ ବର୍ଷୀୟ ଦିଅର ।
ପ୍ରଥମେ ଭାଉଜଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ କହିଥିଲା । ମାତ୍ର ଏଥିରେ ରାଜି ନହେବାରୁ ଜୋର ଜବରଦସ୍ତ ଭାଉଜଙ୍କ ଯୌନ ଶୋଷଣ କରିଥିଲା । ତେବେ ସେଥିରେ ସଫଳ ନହେବାରୁ ଖଟରେ ଶୋଇଥିବା ରୋଗିଣା ଭାଇକୁ ମାଡ ମାରିଥିଲା । ମହିଳା ସ୍ୱାମୀଙ୍କ ଉପରେ ପଡି ମାଡକୁ ସାମ୍ନା କରିବା ବେଳେ ଜୋରରେ ପାଟି କରି ଚିଲାଇ ଥିଲେ । ଏହି ଚିକ୍ରାର ଶୁଣି ପଡିଶା ଘର ଲୋକ ଆସିବା ପରେ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ।
ଯୌନ ଶୋଷଣର ଶିକାର ହୋଇଥିବା ମହିଳା ଶେଷରେ ଥାନାର ଆଶ୍ରୟ ନେଇଥିଲେ। ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଦେଇଛି । ତେବେ ଅଭିଯୁକ୍ତ ଯଥାଶିଘ୍ର ଧରିବା ସହ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ।