ନୂଆଦିଲ୍ଲୀ (ଏଟିଆର ବ୍ୟୁରେ): ଜୀବନ ଯୁଦ୍ଧରେ ହାରିଗଲେ ଉନାଓ ଦୁଷ୍କର୍ମ ପୀଡିତା । ଗତକାଲି ରାତି ୧୧.୪୦ ରେ ସଫଦରଜଙ୍ଗ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ଏନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ କୁହାଯାଇଥିଲା କି ୯୦ ପ୍ରତିଶତ ଜଳିଯାଇଥିବା ପୀଡିତାଙ୍କ ପାଇଁ ଆଗାମି ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ । ସେପଟେ ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି କି ଝିଅର ମୃତୁୃ୍ୟ ଖବର ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷେ୍ନøର ସିଭିଲ ହସ୍ପିଟାଲରୁ ଏୟାରଲିଫ୍ଟ କରି ପୀଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସରରେ ପୀଡିତା ଶେଷ ଥର ପାଇଁ ତାଙ୍କ ଭାଇଙ୍କୁ କହିଥିଲେ କି, ଯେଉଁମାନେ ମୋର ଏଭଳି ପରିସ୍ଥିତି କରିଛନ୍ତି , ତାଙ୍କୁ କେବେ ବି ଛାଡିବନି । ଏହାସହିତ ସେ ଆହୁରି ମଧ୍ୟ କହିଥିଲେ କି , ମୁଁ ଏବେ ମରିବାକୁ ଚାହୁଁନି ।
୯୦ ପ୍ରତିଶତ ଜଳି ଯାଇଥିବା ଉନାଓ ଦୁଷ୍କର୍ମ ପୀଡିତାଙ୍କ ମୁହଁରୁ କଥା ବି ବାହାରୁ ନଥିଲା । ଗଳା ର ନିଶ୍ୱାସ ନେବାର ନଳି ଏବଂ ଆହାର ନଳି ସମ୍ପୂର୍ଣ୍ଣ ଭାବେ ସିଝିଯାଇଥିଲା । ଯେତେବେଳେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ଅଣାଗଲା ସେ ସେତେବେଳେ ଡାକ୍ତରଙ୍କୁ କିଛି କହିବାକୁ ଚାହୁଁଥିଲେ ।
ହସ୍ପିଟାଲର ଡାକ୍ତରଙ୍କ ମୁତାବକ, ପୀଡିତା ମରିବାକୁ ଚାହୁଁ ନାହାନ୍ତି ବୋଲି ଇସାରା ଦେବା ପରେ ଆଉ କିଛି କହିପାରି ନଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । କାରଣ ଶରୀରର ୯୦ ଭାଗ ଜଳିଯିବା ପରେ ଶରୀରରୁ ସମସ୍ତ ଲିକ୍ୟୁଡି ବୋହି ଯାଇଥିଲା ।