କୋଲକାତା (ଏଟିଆର ବ୍ୟୁରୋ); ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ନେତାଙ୍କ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ତାଙ୍କୁ ଉଠାଇ ନେବା ପରେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅପରାଧୀଙ୍କୁ ଖୋଜୁଛି । ତେବେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ ମହିଳା ପିଲାକୁ ଟିଉସନରୁ ଆଣିପାଇଁ ଯାଉଥିବା ବେଳେ ହଠାତ ୪ ଜଣ ଯୁବକ ଆସି ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଏକ ନିଛାଟିଆ ଅଧପନ୍ତରିଆ ବିଲ୍ଡିକୁ ନେଇ ଜଣକ ପରେ ଜଣେ ମନଭରି ଉପଭୋଗ କରିବା ପରେ ମହିଳାଙ୍କୁ ଛାଡିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିବାରୁ ମହିଳା ତାଙ୍କୁ ଚିହ୍ନି ପାରି ନାହାଁନ୍ତି । ତେବେ ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଏହି ଦୁଷ୍କର୍ମ ପରେ ପଶ୍ଚିମବଙ୍ଗରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ହେଉଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ନିକଟରେ ବିଜେପିର ଜଣେ ନେତାଙ୍କୁ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଜେପିର ଲୋକ ପ୍ରିୟତା ସହ୍ୟ କରି ପାରୁନଥିବା ଅଭିଯୋଗ କରିଛି ବିଜେପି ।