ରାଞ୍ଚି(ଏଟିଆର ବ୍ୟୁରୋ); ତନ୍ତ୍ର ସାଧନା କରିବାକୁ ଯାଇ ଶାଶୁକୁ ବଳି ଚଢ଼େଇଦେଲା ନୃଶଂସ ବୋଧୂ । ମୃତକ ଜଣକ ହେଲେ ଶକୁନ୍ତଳା ଦେବୀ (୪୫) । ତାଙ୍କ ଘର ରାଞ୍ଚି ସିଲ୍ଲି ଥାନା ଅନ୍ତର୍ଗତ ରଙ୍ଗ ମାଟି ଗ୍ରାମରେ । ତେବେ ପୋଲିସ ଅଭିଯୁକ୍ତ ବୋଧୂକୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ ମୃତ ଦେହ ଉଦ୍ଧାର କରିବା ସହ ତନ୍ତ୍ର ସାଧନ ପାଇଁ ବଳି ପକେଇଥିବା ଗୋଟିଏ ବତକର କଟାମୁଣ୍ଡ ଏବଂ ମଇଁଷିର ଛୁଆର ମୃତଦେହ ମଧ୍ୟ ଉଦ୍ଧାର କରିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ବୋଧୂ ପଂହଲିନ୍ଦ୍ର ଜଣେ ତନ୍ତ୍ର ସାଧକ । ତନ୍ତ୍ର ବିଦ୍ୟାରେ ଅଧିକ ଶକ୍ତି ହାସଲ କରିବା ପାଇଁ ଶାଶୁଙ୍କୁ ମାରିଥିବା ପ୍ରକାଶ କରିଛି । ଘରେ ସ୍ୱାମୀ ଏବଂ ଶଶ୍ୱର ନଥିବା ସମୟରେ ଶାଶୁଙ୍କୁ ବଳି ଚଢ଼େଇଥିଲା ନୃଂଶସ ବୋଧୂ । ବଳି ଦେବା ପରେ ଦୁଇଦିନ ପାଇଁ ବାବା ଘରକୁ ପଳେଇ ଯାଇଥିଲା । ଶଶ୍ୱର ମୃତ ଦେହକୁ ଘରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ଅଭିଯୁକ୍ତ ବୋଧୂ ଫେରାର ହୋଇ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିବା ଖବର ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।