କେନ୍ଦୁଝର ( ଏଟିଆର ବ୍ୟୁରୋ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍କୁଲ ଗରୁ ଉଦ୍ଧାର ହେଲା ଯୁବକ । ଯୁବକର ଦେହରେ ରକ୍ତ ଓ ଗୁପ୍ତାଙ୍ଗରେ ଗଭୀର କ୍ଷତ । ଏମିତି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ସଅଁରାପଶି ଗ୍ରାମରେ । ସୂଚନା ଅନୁସାରେ ସ୍ଥାନୀୟ ସ୍କୁଲ ଘରେ ଦୀପକ ମହନ୍ତ ନାମକ ଏକ ଯୁବକ ରକ୍ତାକ୍ତ ହୋଇ ସ୍କୁଲ ଘରେ ପଡିଥିବା ସ୍ଥାନୀୟ ଲୋକ ଦେଖି ପରିବାରକୁ ଖବର ଦେଇଥିଲେ । ପରେ ସେଠାରେ ପରିବାର ଲୋକ ପହଞ୍ଚି ଦେଖନ୍ତି ତ ଦୀପକ ସେଠାରେ ରକ୍ତାକ୍ତ ହୋଇ ପଡିଛି ।
ପରିବାର ଲୋକେ ସଙ୍ଗେସଙ୍ଗେ ଦୀପକକୁ ସେଠୁ ଉଦ୍ଧାର କରି ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ତାଙ୍କର ଗୁପ୍ତାଙ୍ଗରେ କ୍ଷତ ଥିବା ଜଣା ପଡିଥିଲା । ତେବେ ଦୀପକ ସ୍କୁଲ ଘରକୁ କାହିଁକି ଯାଇଥିଲା ? ସେଠି ତାର ଏପରି ଅବସ୍ଥା କେମିତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୁପ୍ତାଙ୍ଗରେ ଅଧିକ କ୍ଷତ ହେବା ଫଳରେ ରକ୍ତସ୍ରାବ ଅଧିକ ହୋଇଛି । ଏ ନେଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।