ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୀର୍ଘ ୭ ବର୍ଷ ପରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡା ଦେଶ ଦିଆଯାଇଥିଲା । ଆସନ୍ତା ୨୨ ତାରିଖ ସକାଳ ୭ ବେଳେ ୪ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ୨ ଜଣ ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।
୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ବିନୟ ଏହି ପିଟିସନ ଦାଖଲ କରିଥିଲେ । ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠ ଏହି ପିଟିଶନକୁ ଖାରଜ କରିବା ସହ ଫାଶୀ ଦଣ୍ଡାଦେଶକୁ କାୟମ ରଖିଛନ୍ତି । କ୍ୟୁରେଟିଭ ପିଟିଶନ ଖାରଜ ହେବା ପରେ ଦୋଷୀ ମାନଙ୍କୁ ନିଶ୍ଚିତ ଫାଶୀ ଦିଆଯିବ ବୋଲି ନିର୍ଭୟାଙ୍କ ଓକିଲ କହିଛନ୍ତି । ଏନେଇ ନିର୍ଭୟାଙ୍କ ମା ଖୁସି ଜାହିର କରିବା ସହ ଆସନ୍ତା ୨୨ ତାରିଖ ଦିନ ନିର୍ଭୟା ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି । ଏହି ପିଟିସନ ଖାରଜ ହେବା ପରେ ସମସ୍ତଙ୍କ ନଜର ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଉପରେ ରହିଛି ।