ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ): ରୋଜଗାର ଉଦ୍ୟଶରେ ବହୁ ଯୁବକ ଓ ଯୁବତୀ ମାନେ ଓଡିଶା ବାହାରକୁ କାମ କରିବାକୁ ପଳାଇଥାନ୍ତି । ହେଲେ ରାଜ୍ୟ ବାହାରକୁ ଗଲା ପରେ ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ବିନା ମୂଲ୍ୟରେ କମା କରାଇଥାନ୍ତି ଠିକା ସଂସ୍ଥା ମାନେ । ଏହା ସହ ବିଭିନ୍ନ ରୋଗରେ ପିଡୀତ ହୋଇ ଶ୍ରମିକ ମାନେ ସେଠାରେ ମୃତ୍ୟୁ ବରଣ ମଧ୍ୟ କରିବାର ଖବର ରହିଛି । ତେବେ କିଛି ଦଲାଲ ଏହି ଶ୍ରମିକଙ୍କୁ କାମର ଆଶା ଦେଖାଇ ବାହାର ରାଜ୍ୟରେ ବିକ୍ରି କରିଦେଇଥାନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।
ବେଙ୍ଗାଲୁରୁରୁ ୨୫୦ ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଓଡିଶାକୁ ପଠାଯାଇଛି । ଗତକିଛି ଦିନ ତଳେ ରାଜ୍ୟ ଶ୍ରମ ବିଭାଗ ପାଖରେ ଏହି ଶ୍ରମିକ ମାନଙ୍କ ଖବର ପଞ୍ଚିଥିଲା । ଏହା ପରେ ଶ୍ରମ ବିଭାଗ ପକ୍ଷରୁ ଏକ ଟିମ ବେଙ୍ଗାଲୁରୁ ଯାଇ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ତେବେ ବେଙ୍ଗାଲୁରୁର ଏଲଙ୍ଗା ଅଞ୍ଚଳରେ ବିଭିନ୍ନ କମ୍ପାନୀରେ ଏହି ଶ୍ରମିକ ମାନେ କାମ କରୁଥିଲେ । ଶ୍ରମିକ ମାନଙ୍କୁ ସେଠାରେ ଶୋଷଣ କରାଯାଉଥିବାର ଅଭିଯୋଗ ମଧ୍ୟ ଆସିଥିଲା । ଏତେ ମାତ୍ରରେ ଶ୍ରମିକ ମାନଙ୍କୁ କିଏ ବେଙ୍ଗାଲୁରୁ ନେଇଥିଲା ତାହା ଜଣାପଡି ନାହିଁ । ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରେ ନାବାଳକ ମଧ୍ୟ ଅଛନ୍ତି ।