ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡ୍ୟାନ୍ସିଙ୍ଗ ଅଙ୍କଲଙ୍କୁ କିଏ ବା ନଜାଣନ୍ତି । ଯିଏ ଏକ ବାହାଘର ପାର୍ଟିରେ ‘ଆପନେ ଆ ଜାନେ ସେ..’ ଗୀତରେ ଡ୍ୟାନ୍ସ କରି ରାତା ରାତି ହଇ ଚଇ ମଚାଇଥିଲେ । ଆଜ୍ଞା ହଁ ମଧ୍ୟପ୍ରଦେଶର ଡ୍ୟାନ୍ସିଙ୍ଗ ଅଙ୍କଲ ସଞ୍ଜିବ ଶ୍ରୀବାସ୍ତବଙ୍କ ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଉଛି ।
ଭାରତୀୟ ଗାୟକ ବୋନି ଦୟାଲଙ୍କ ସହ ମିଶି ସଙ୍ଗୀତକାର ଏବଂ ନିର୍ମାତା ଜସିମ ଏକ ଗୀତ ସୁଟ୍ କରିଛନ୍ତି । ଏହି ଗୀତର ଟାଇଟାଲ ରହିଛି ‘ଚାଚା ନାଚ’ । ଆଜିକାଲି ଏହି ଗୀତ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛି ।
ଡ୍ୟାନ୍ସିଙ୍ଗ ଭିଡିଓ ଭାଇରାଲ ହେବା ପରେ ସଞ୍ଜୀବ ଶ୍ରୀବାସ୍ତାବଙ୍କ ଜୀବନ ପୂରା ବଦଳି ଯାଇଛି । ତାଙ୍କ ବଲିଉଡରୁ ବି ଅନେକ ଅଫର ମିଳିଛି । ଏହାସହିତ ମୁମ୍ବାଇରେ ସୁନୀଲ ସେଠୀ, ସଲମାନ୍ ଖାନ୍, ମାଧୁରୀ ଦୀକ୍ଷିତ୍, ଗୋବିନ୍ଦା ଭଳି ଅନେକ କଳାକାରଙ୍କୁ ସାକ୍ଷାତ କରିବା ପାଇଁ ସଞ୍ଜୀବଙ୍କୁ ସୁଯୋଗ ମିଳିଛି ।
ବଲିଉଡ କଳାକାରଙ୍କ ବ୍ୟତିତ ମଧ୍ୟପ୍ରଦେଶର ଜରୁରୀକାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ସଞ୍ଜୀବ ଶ୍ରୀବାସ୍ତବଙ୍କ ପାଇଁ ସୋସିଆ ମିହଇଆରେ ଏକ ପୋଷ୍ଟ ସେୟାର କରିଥିଲେ । ଏହାସହିତ ସେ ଡ୍ୟାନ୍ସିଙ୍ଗ ଅଙ୍କଲ ସହ ଦେଖା ମଧ୍ୟ କରିଥିଲେ ।
ସୂଚନା ଯୋଗ୍ୟ, ସଞ୍ଜୀବ ଶ୍ରୀବାସ୍ତବ ତାଙ୍କର ଏକ ସମ୍ପର୍କିୟଙ୍କ ବାହାଘର ପାର୍ଟିରେ ସାମିଲ ହୋଇ ସେଠାରେ କରିଥିବା ଡ୍ୟାନ୍ସ ପାଇଁ ସେ ରାତା ରାତି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହିତ ଭିଡିଓଟିକୁ ଲୋକେ ବହୁତ ପସନ୍ଦ କରିଥିଲେ ।