ୟୁପି ( ଏଟିଆର ବ୍ୟୁରୋ): କୁହାଯାଏ ପ୍ରେମ ସତ୍ୟ ସୁନ୍ଦର । ଥରେ ଯାହା ମନ ଯାହା ପାଖରେ ବନ୍ଧା ପଡିଯାଏ ସେ ଆଉ କେବେ ବଦଳି ନଥାଏ । ସିନେମାଠୁ ଆରମ୍ଭ କରି ଯାତ୍ରା ସବୁଠି ଖଳ ନାୟକ ସାଜିଥାନ୍ତି ନିଜ ପରିବାର । ଖାଲି ରିଲ୍ ନୁହେଁ ରିୟଲରେ ବି ଏମିତି ବହୁତ ଘଟଣା ସାମ୍ନାକୁ ଆସିଥାଏ । ଏମିତି ଏକ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ବରେଲି ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଏକ ଭିଡିଓରେ ନିଜ ପ୍ରେମିକ ଓ ନୀଜ ଜୀବନ ଭିକ୍ଷା କରିଛନ୍ତି ।
ସେ ଏହି ଭଡିଓରେ ନିଜ ବିଧାୟକ ବାପାଙ୍କୁ ଅନୁରୋଧ କରି କହିଛନ୍ତି ‘ପାପା ଗୁଣ୍ଡା ପଠାଇବା ବନ୍ଦ୍ କର ମୋତେ ବଞ୍ଚିବାକୁ ଦିଅ ଅଭି ସହିତ । ମୁଁ ଅଭିକୁ ବିବାହ କରିସାରିଛି ଏ ସିନ୍ଦୁର ମୁଁ ଫ୍ୟାସନ୍ ପାଇଁ ମଥାରେ ଲଗାଇ ନାହିଁ । ତୁମର ପାଳିତ ଗୁଣ୍ଡାକୁ କୁହ ଆମକୁ ପିଛା ନକରୁନ୍ତୁ’ । ‘ମାନନୀୟ ବିଧାୟକ ପପୁ ଭରତୌଲ ଓ ଭିକି ଭରତୌଲ ଶାନ୍ତିରେ ରୁହ ଓ ବଞ୍ଚିବାକୁ ଦିଅ । ମୁଁ ସତରେ ବାହା ହୋଇଯାଇଛି ।
ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗାଇ ନାହିଁ ବରଂ ବିବାହ କରିଛି ବୋଲି ଲଗାଇଛି ।’ ଏମିତି କହି ସେ ନିଜ ବାପାଙ୍କୁ ନୀଜ ଜୀବନ ଓ ସ୍ୱାମୀଙ୍କ ଜୀବନ ଭିକ୍ଷା କରିଛନ୍ତି । ସୂଚନା ଅନୁସାରେ ସାକ୍ଷୀ ବିବାହ କରିଥିବା ଯୁବକ ଜଣଙ୍କ ଜଣେ ଦଳିତ ଯୁବକ ହୋଇଥିବାରୁ ବିଧାୟକ ବିରୋଧ କରୁଛନ୍ତି ।