ଜମ୍ମୁ(ଏଟିଆର ବ୍ୟୁରୋ): ୧୩ ଡିସେମ୍ବର ୨୦୦୧ ଦିଲ୍ଲୀ ସଂସଦ ହାମଲାର ଅଭିଯୁକ୍ତ ଅଫଜଲ ଗୁରୁକୁ ୨୦୧୩ ଫେବୃଆରୀ ୯ରେ ଫାଶୀ ଦିଆଯାଇଥିଲା । ଅଫଜଲ ଗୁରୁ, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜøସ-ଇ-ଅହମ୍ମଦର ସଦସ୍ୟ ଥିଲା । ଅଫଜଲ ଗୁରୁର ଫାଶୀକୁ ନେଇ ପୁରା ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
ଅଫଜଲ ଗୁରୁ ନିଜେ ଜଣେ ଭାରତୀୟ ହୋଇ ଭାରତରେ ଏତେ ବଡ ଆତଙ୍କବାଦୀ ହମଲାରେ ସମ୍ପୃକ୍ତ ଥିବାରୁ ତାକୁ ଫାଶୀ ଦଣ୍ଡ ସୁନିଶ୍ଚିତ ଥିଲା । କିନ୍ତୁ ସେତେବେଳେ ଏହାକୁ ନେଇ ବହୁ ଆନ୍ଦୋଳନ ଦେଖା ଦେଇଥିଲା । ଜମ୍ମୁ-କାଶ୍ମୀରରେ ଅଫଜଲ ଗୁରୁର ବହୁ ସମର୍ଥକ ମଧ୍ୟ ରହିଛନ୍ତି ।
ଅଫଜଲ ଗୁରୁର ସମର୍ଥକ ମାନେ ସବୁ ସମୟରେ ସୁଯୋଗ ଖୋଜି ଅଫଜଲ ଫାଶୀର ପ୍ରତିଶୋଧ ନେବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଆଜି ଅର୍ଥାତ୍ ଅଫଜଲ ଗୁରୁର ୭ତମ ବର୍ଷିକିଆରେ ଜମ୍ମୁ-କାଶ୍ମୀର ବାସୀଙ୍କୁ ଆତଙ୍କବାଦୀ ହମଲାର ଡର ଅଧିକ ଡରାଉଛି ।
ପୁର୍ବରୁ ଗୁଇନ୍ଦା ସୂଚନା ଅନୁସାରେ ଏବର୍ଷ ୯ ଫେବୃଆରୀ ପାଖାପାଖି କୌଣସି ବି ଦିନରେ ଜøସ-ଇ-ଅହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ସୀମାରେ ବଡ ଧରଣର ବିଷ୍ଫୋରଣ କରାଯାଇପାରେ । ମାତ୍ର କିଛି ଦିନ ତଳେ ଜାନୁଆରୀ ୩୧ରେ ଏନକାଉଣ୍ଟର ସମୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ କରାଯାଇଥିଲା, ତାର ବୟାନରୁ ମଧ୍ୟ ଏଭଳି କିଛି ଅଘଟଣ ଘଙ୍କିବାର ସୂଚନା ମିଳିଥିଲା ।
ତେଣୁ ଜମ୍ମୁ-କାଶ୍ମୀରରେ ସୁରକ୍ଷା କୁ ଦୃଷ୍ଟିରେ ରଖି ସୀମା ସମେତ ପୁରା ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହିତ କଡାକଡି ମଧ୍ୟ କରାଯାଇଛି । ଆଜି ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ଏଥିସହିତ ସବୁ ଜାଗାରେ ହାଇ ଆଲର୍ଟ କରାଯାଇଛି ।