ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ମାତ୍ର ୧୫ ଟି ଦିନ କଲେ ଆସିବ ନୂଆ ସକାଳ । ୨୦୧୯ କୁ ବିଦାୟ ଦେଇ ୨୦୨୦କୁ ଆମେ ସମସ୍ତେ ସ୍ୱାଗତ କରିବା । ତେବେ ଏହି ୨୦୧୯ ଡିସେମ୍ବର ୩୧ ତାରିକ ମଧ୍ୟରେ ଯଦି ଆପଣ ଆପଣଙ୍କ ଆଧାରକାର୍ଡ ସହିତ ପ୍ୟାନକାର୍ଡ ଲିଙ୍କ କରି ନାହାନ୍ତି ତେବେ ଆପଣ ଅଡୁଆରେ ପଡି ପାରନ୍ତି । ସୂଚନାଯୋଗ୍ୟ ଏବେ ପର୍ଯ୍ୟନ୍ତ ସାରା ଦେଶରେ ୪୪.୫୭ କୋଟି ପ୍ୟାନକାର୍ଡ ଧାରକଙ୍କ ମଧ୍ୟରୁ ୨୪.୯୦ କୋଟି ଲୋକ ନିଜ ଆଧାକାର୍ଡକୁ ପ୍ୟାନକାର୍ଡ ସହିତ ଲିଙ୍କ କରାଇଛନ୍ତି । ଏଥିପାଇଁ ଅୟକର ବିଭାଗ ବାରମ୍ବାର ତାରିଖ ଘୁଞ୍ଚାଉଥିବା ବେଳେ ଡିସେମ୍ବର ୩୧ କୁ ଡେଡଲାଇନ ଘୋଷଣା କରିଛି ।
ତେବେ ଆସନ୍ତୁ ଜାଣିବା କିଭଳି କରିବେ ଆଧାରକାର୍ଡ ସହିତ ପ୍ୟାନକାର୍ଡ ଲିଙ୍କ ?
ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସର ୱେବସାଇଟ ଖୋଲିବାକୁ ପଡିବ । ଯେଉଁଥିରେ ଆଧାରକାର୍ଡ ଲିଙ୍କର ଅପସନ ଦେଖାଇବ । ଯଦି ଆପଣଙ୍କର ପୂର୍ବରୁ ଲିଙ୍କ ଥିବ ତେବେ ଏନେଇ ମଧ୍ୟ ଏଠାରେ ଉଲ୍ଲେଖ ରହିଥିବ । ଯଦି ଆପଣଙ୍କର ଆଧାର ଲିଙ୍କ ହୋଇନି ତେବେ ଏଠାରେ ଥିବା ଫର୍ମକୁ ପୂରଣ କରିବାକୁ ପଡିବ ।