ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଞ୍ଚ ଉପରେ ବୀର ନାରୀଙ୍କ ପାଦ ଛୁଇଁ ସମ୍ମାନ ଜଣାଇଲେ କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ । ଯାହା କିଛି କ୍ଷଣ ପାଇଁ ଏହି ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହାସହିତ ସେ ମଞ୍ଚ ଉପରେ ଏଭଳି କଥା କହିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି । ସେପଟେ ବୀର ନାରୀମାନେ ସମ୍ମାନ ପାଇ ଭାବୁକ ହୋଇ ପଡିଛନ୍ତି ।
ନିର୍ମଳା ସୀତାରମଣ କହିଛନ୍ତି କି, ପ୍ରତ୍ୟେକ ସ୍ଥିତିକୁ ସାମ୍ନା କରିବା ପାଇଁ ଜୟ ହିନ୍ଦ୍ ର ସେନାମାନେ ପ୍ରସ୍ତୁତ ଅଛନ୍ତି । ସେନାମାନଙ୍କୁ ଯେଉଁ ସବୁ ଟାର୍ଗେଟ ଦିଆଯାଇଛି, ତାହାକୁ ସଫଳତା ପୂର୍ବକ ପୂରା କରାଯାଇଛି । ସୀମାର ସୁରକ୍ଷା ଏବଂ ଯବାନମାନଙ୍କ ସମ୍ମାନ ପାଇଁ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ।
ହାତୀ ବଡକଲା ସ୍ଥିତ ସର୍ଭେ ଅଫ୍ ଇଣ୍ଡିଆର ଅଡିଟୋରିଅମରେ ବିଧାୟକ ଗଣେଶ ଜୋଶୀ ଦ୍ୱାରା ଆୟୋଜିତ ସୌର୍ଯ୍ୟ ସମ୍ମାନ ସମାରୋହରେ ସୋମବାର ଅତିଥଇ ମାନଙ୍କୁ ନିର୍ମଳା ସୀତାରମଣ ସମ୍ବୋନ୍ଧିତ କରିଥିଲେ । ସେ ପ୍ରତ୍ୟେବ ବୀର ନାରୀଙ୍କ ଉପରେ ସାଲ ପକାଇ ତାଙ୍କ ପାଦ ସ୍ପର୍ଶ କରିଥିଲେ । ଏହାସହିତ ସେମାନଙ୍କର ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।
ସେ କହିଛନ୍ତି କି ସୈନିକ ଏବଂ ପୂର୍ବ ସୈନିକଙ୍କ ଆଗରେ କଥା କହିବାକୁ ସଂକୋଚ ହୋଇଥାଏ । କାରଣ ଯବାନ ପ୍ରତ୍ୟେକ ପରିସ୍ଥିତିରେ ମାତୃଭୂମିକୁ ରକ୍ଷା କରିବା ପାଇଁ ଲଢିବା ସହ ବଳିଦାନ ଦେବାକୁ ପ୍ରସ୍ତୁତ । ସେ ଆହୁରୀ ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ନୀତି ହେଉଛି ସେନା ଏବଂ ପୂର୍ବସେନାଙ୍କ ସମ୍ମାନ ଉପରେ କୌଣସି ପ୍ରକାର ପ୍ରଭାବ ନପଡୁ ।
ଏହି ସମ୍ମାନ ସମାରୋହରେ ଅନେକ ବୀର ନାରୀମାନଙ୍କୁ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ମାନିତ କରିଥିଲେ ।