ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଦାଖରେ ସୀମା ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ-କାଶ୍ମୀର ରେ ପାକିସ୍ତାନ ସୀମା ନିୟମନ୍ତ୍ରଣ ରେଖାର ସ୍ଥିତିର ସମୀକ୍ଷା କରିବେ । ଏହାସହିତ ଯଦି ପାଣିପାଗ ଠିକ୍ ରୁହେ ତେବେ ଅମରନାଥଙ୍କ ଦର୍ଶନ କରିବେ ରାଜନାଥ ସିଂ । ଏହାପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ।
ଗତକାଲି ରାଜନାଥ ସିଂ ପୂର୍ବ ଲଦାଖରେ ଚୀନ ସହିତ ବିବାଦପୂର୍ଣ୍ଣ ସୀମା କ୍ଷେତ୍ରରେ ସେନାଙ୍କ ଦମ୍ ଦେଖିବା ପରେ ଜମି ସ୍ଥିତିର ସମୀକ୍ଷା କରିବାକୁ ପହଁଚିଥିଲେ । ଏହି ଅବସରରେ ରାଜନାଥ ସିଂଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାୱତ ଏବଂ ସ୍ଥଳସେନା ପ୍ରମୁଖ ଜେନେରାଲ ଏମ ଏମ ନରବଣେ ବି ଉପସ୍ଥିତ ଥିଲେ । ସମସ୍ତେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ ।