ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ଗାଡି ଚାଳକଙ୍କ ଉପରେ ଚଡକ । ଆଇନରୁ ଟିକେ ଓଲମ ବିଲମ ହେଲା ମାନେ ପୋଲିସ କାହାରିକୁ ଛାଡୁନାହିଁ । କାଟି ପକାଉଛି ଲମ୍ବା ଚାଲାଣ । ଏହି ଚାଲାଣ ଏବେ ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି । କାହାର ୨୫ ହଜାର ତ ପୁଣି ଆଉ କାହାର ୭୦ ହଜାର ଏମିତି ମୋଟା ଅଙ୍କର ଚାଲାଣ କାଟୁଛି ପୋଲିସ । ମାତ୍ର ବୁଧବାର ଦିନ ଆଉ ଏକ ରେକର୍ଡ କରିଛି ଚାଲାଣା କାଟିବା । ରାଜଧାନୀ ଦିଲ୍ଲୀରେ ଏକ ଟ୍ରକ ମାଲିକର ଦୁଇ ଲକ୍ଷରୁ ଅଧିକ ଟଙ୍କା ଚାଲାଣ କଟାଯାଇଛି । ଏହାର କାରଣ ଟ୍ରକଟି ଓଭର ଲୋଡିଂ କରି ନେଉଥିଲା ଏବଂ ପାଖରେ କୌଣସି ଅସଲି କାଗଜ ପତ୍ର ନଥିଲା ।
କଂଷ୍ଟ୍ରକ୍ସନ ମ୍ୟାଟେରିଆଲକୁ ଓଭର ଲୋଡିଂ କରି ଟକ୍ରଟି ଯାଉଥିବା ବେଳେ ପୋଲିସ ହାବୁଡରେ ଧରାପଡିଥିଲା । ଏହାପରେ ଟ୍ରକ ଡ୍ରାଇଭରକୁ କାଗଜପତ୍ର ମାଗିବାରୁ , ନା ତାପାଖରେ ଡିଏଲ ଥିଲା ନା ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍, ବୀମା ଏବଂ ପଲ୍ୟୁସନ ଆଦି କିଛି କାଗଜପତ୍ର ନଥିଲା ।
ନୂତନ ମୋଟର ଯାନ ଆଇନ ଅନୁଯାୟୀ ଟ୍ରକ ମାଲିକ ଉପରେ ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ଏକ୍ସଟ୍ରା ଟନ୍ ପାଇଁ ୩୬ ହଜାର, ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁଁ ୫ ହଜାର, ଫିଟ୍ନେସ୍ ସାର୍ଟିଫିକେଟ ନଥିବା ଯୋଗୁଁ ୧୦ ହଜାର,ପରମିଟ୍ ଉଲ୍ଲଘଂନ ପାଇଁ ୧୦ ହଜାର, ବୀମା ନଥିବା ଯୋଗୁଁ ୪ ହଜାର, ପଲ୍ୟୁସନ ସାର୍ଟିଫିକେଟ ନଥିବା ଯୋଗୁଁ ୧୦ ହଜାର , ମ୍ୟାଟେରିଆଲ କଭର କରି ନନେବା ଯୋଗୁଁ ୨୦ ହଜାର, ସିଟ୍ ବେଲ୍ଟ ନବାନ୍ଧିବା ପାଇଁ ୧ ହଜାର ଟଙ୍କା ଜରିମାନା ଲଗାଯାଇଛି ।
Delhi: A truck driver challaned Rs 2,00,500 for overloading, near Mukarba Chowk. pic.twitter.com/A4xk2uG1jK
— ANI (@ANI) September 12, 2019