ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଦିଲ୍ଲୀ ନିର୍ବାଚନ ପାଇଁ ହାଇ ଭୋଲଟେଜ ପ୍ରଚାର ଚାଲିିଛି । ଏହି ଅବସରରେ ଗତକାଲି ବିଜେପି ତାର ନିର୍ବାଚନୀ ଇସ୍ତାହାର ପତ୍ର ପ୍ରକାଶ କରିଛି ।ଯେଉଁଥିରେ ବିଜେପି ଜନତାଙ୍କୁୁ ପ୍ରତିଶୃତି ଦେଇଛି ପ୍ରତି ଘରକୁ ସ୍ୱଚ୍ଛ ପାନୀୟ ଜଳ, ଆର୍ଥିକ ଦୁର୍ବଳ ବର୍ଗର ପରିବାରର ପ୍ରଥମ ୨ ଝିଅ ୨୧ ବର୍ଷ ବୟସରେ ଉପନୀତ ହେଲେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସାଙ୍ଗକୁ ଛାତ୍ରୀମାନଙ୍କୁ ନିଶୁଳ୍କ ଇଲେକ୍ଟ୍ରିକ୍ ସ୍କୁଟି ଓ ଆର୍ଥିକ ଦୁର୍ବଳ ବର୍ଗର ନବମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାଇକେଲ ପ୍ରଦାନ କରାଯିବା ସମେତ ରାଜଧାନୀରେ ଗରିବଙ୍କୁ ଟଙ୍କା ଲେଖାଏଁ କେଜିରେ ଉଚ୍ଚ ଗୁଣମାନର ଅଟା ଯୋଗାଇଦେବାକୁ ଘୋଷଣା କରିଛି ବିଜେପି । ଦିଲ୍ଲୀରେ ଏହା ଦିଲ୍ଲୀ ସଂକଳ୍ପ ପତ୍ର ଭାବେ ଜାରି ହୋଇଛି ।
ତେବେ ବିଜେପିର ଏହି ଘୋଷଣା ପରେ ଏବେ ଓଡିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀରେ ବିଜେପି ଓଡିଶାର ନବୀନଙ୍କ କାର୍ଡ ଖେଳୁଥିବା କୁହାଯାଉଛି । ଯେଉର୍ଭଳି ଭାବେ ନବୀନ ୧ ଟଙ୍କିଆ ଚାଉଳକୁ ଧରି ନିର୍ବାଚନୀ ବୈତରଣୀ ପାର ହେଉଛନ୍ତି ସେହିଭଳି ଦିଲ୍ଲୀରେ ବିଜେପି ୨ ଟଙ୍କିଆ ଅଟା ଧରି ନିର୍ବାଚନୀ ବୈତରଣୀ ପାର ହେବାକୁ ଅଣ୍ଟା ଭିଡିଥିବା କୁହାଯାଉଛି । ଅନ୍ୟପଟେ ବଜେଟ ପ୍ରକାଶ ପାଉଥିବା ବେଳେ କେଜ୍ରିୱାଲ କହିଛନ୍ତି ବିଜେପି ଦିଲ୍ଲୀ ପ୍ରତି କେଡ଼େ ଯତ୍ନବାନ ତାହା ୨୦୨୦ ବଜେଟ୍ରୁ ଜଣାପଡ଼ିବ ।