ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସକାଳ ୮ ଟାରୁ ଦିଲ୍ଲୀର ସମସ୍ତ ୭୦ ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ମୋଦି ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି ଅଧିକରୁ ଅଧିକ ମତଦାନ କରିବା ପାଇଁ । ପ୍ରଧାନମନ୍ତ୍ରୀ ଏନେଇ ଏକ ଟ୍ୱିଟ କରି କହିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଆଜି ଦିଲ୍ଲୀ ବିଧାନସଭା ମତଦାନ ଦିବସ । ଏହି ଅବସରରେ ମୁଁ ମତଦାତାଙ୍କୁ ଅପିଲ କରୁଛି ସେମାନେ ଅଧିକର ଅଧିକ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ରେକର୍ଡ କରନ୍ତୁ । ସେହିଭଳି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ।
दिल्ली विधानसभा चुनाव के लिए आज मतदान का दिन है। सभी मतदाताओं से मेरी अपील है कि वे अधिक से अधिक संख्या में लोकतंत्र के इस महोत्सव में भाग लें और वोटिंग का नया रिकॉर्ड बनाएं।
Urging the people of Delhi, especially my young friends, to vote in record numbers.
— Narendra Modi (@narendramodi) February 8, 2020
ସୂଚନାଯୋଗ୍ୟ ୭୦ ଟି ଆସନରେ ମୋଟ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୧ କୋଟି ୪୭ ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।ସେମାନଙ୍କ ମଧ୍ୟରୁ ୮୧, ୦୫, ୨୩୬ ପୁରୁଷ, ୬୬, ୮୦, ୨୭୭ ମହିଳା ଏବଂ ୮୬୯ ତୃତୀୟ ଲିଙ୍ଗ ରହିଛନ୍ତି । ଏହି ଅବସରରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୯୦ କମ୍ପାନୀ ପାରା ମିଲିଟାରୀ ଫୋର୍ସ ଓ ୧୯ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି ।