ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ହୋଇଛି । ଆସନ୍ତା ଫେବୃଆରୀ ୧୧ ତାରିଖରେ ପ୍ରକାଶ ପାଇବ ଫଳ । ସେହିଦିନ ହିଁ ସ୍ପଷ୍ଟ ହେବ ରାଜଧାନୀ ରହିବ କାହା ହାତରେ । ତେବେ ଗତକାଲି ନିର୍ବାଚନ ମତଦାନ ଶେଷ ହୋଇଥିବା ବେଳେ ବିଭିନ୍ନ ସସ୍ଥା ପକ୍ଷରୁ ଏକଜିଟପୋଲ ଖୋଲା ଯାଇଛି । ଯେଉଁଥିରେ ଆଶା କରାଯାଉଛି ପୁଣି ଝାଡୁ ହାତକୁ ଯାଇପାରେ ରାଜଧାନୀ ଦିଲ୍ଲୀ । ବା କେଜ୍ରିୱାଲ ମାରିପାରନ୍ତି ହାଟ୍ରିକ । ତେବେ ଆସନ୍ତୁ ଜାଣିବା କେଉଁ ସଂସ୍ଥା କେଉଁଦଳ ପାଇଁ କେତେ ଏକଜିଟ କରିଛି ।
ଟାଇମସ ନାଓ ଏକଜିଟ ପୋଲ ମୁତାବକ ଦିଲ୍ଳୀରେ ଆପକୁ ୪୭ ଆସନ, ବିଜେପିକୁ ୨୩ ଆସନ, କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ । ସେହିଭଳି ଇଣ୍ଡିଆ ଟୁଡେ ମୁତାବକ ଆପକୁ ୫୯-୬୮ , ବିଜେପିକୁ ୨-୧୧ ଓ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ । ରିପବ୍ଲିକ ଟିଭି ମୁତାବକ ଆପକୁ ୪୮-୬୧ , ବିଜେପିକୁ ୯-୨୧ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ । ଏବିପି ସିଭୋଟର ମୁତାବକ ଆପକୁ ୪୯-୬୩ ଓ ବିଜେପିକୁ ୫-୧୯ , କଂଗ୍ରେସକୁ ୪ ଟି ଆସନ ମିଳିପାରେ । ତେବେ ଏହି ସବୁ ଏକଜିଟ ପୋଲ ଦେଖିଲେ ଲାଗୁଛି ଆମଆଦମି ପାର୍ଟି ବା ଆପ ଦିଲ୍ଲୀରେ ହାଟ୍ରିକ ମାରି ପାରେ । ଲଗାତର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଅରବିନ୍ଦ କେଜ୍ରିୱାଲ ।