ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାୟା ମେଲାଉଛି କରୋନା । ଧୀରେ ଧୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେହିଅନୁଯାୟୀ ଶୁକ୍ରବାର ରାତି ୧୦ଟାର କର୍ଫ୍ୟୁ ଏବଂ ଏହା ସୋମବାର ସକାଳ ୫ଟା ଶେଷ ହେବ । ଏହି ଅବସରରେ କଟକଣା କଡାକଡି ରହିବ ।
ମୁଖ୍ୟମନ୍ତ୍ରୀ କହିଥିବା କିଛି ଉପରେ ନଜର ପକାନ୍ତୁ:
– ଦିଲ୍ଲୀରେ କରୋନା ସ୍ଥିତି କାବୁରେ ଅଛି, ବର୍ତ୍ତମାନ ବେଡ୍ ର ଅଭାବ ହୋଇନାହିଁ ।
– ଦିଲ୍ଲୀରେ ୫ ହଜାରରୁ ଅଧିକ ବେଡ୍ ଖାଲି ରହିଛି ।
– ରୋଗୀଙ୍କ ପାଇଁ ଦିଲ୍ଲୀରେ ବେଡ ଉପଲବ୍ଧ
– ୩୦ ପ୍ରତିଶତ କ୍ଷମତା ସହିତ ଦିଲ୍ଲୀରେ ସିନେମା ହଲ ଖୋଲିବ
– ଦିଲ୍ଲୀରେ ୱିକେଣ୍ଡ କର୍ଫ୍ୟୁ ସମୟରେ ଜରୁରୀ ସେବା ବାଧାପ୍ରାପ୍ତ ହେବ ନାହିଁ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଆଗାମୀ ଏପ୍ରିଲ ୩୦ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଯାଇଛି । ସେହିଅନୁସାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାମାନ୍ୟ କାର୍ଯ୍ୟ ଏବଂ ବ୍ୟବସାୟିକ ଗତିବିଧି ଉପରେ ପ୍ରତିବନ୍ଧକ ରହିଛି ।