ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇସାରିଛି । ଆଜି ଆମ୍ ଆଦମି ପାର୍ଟି (ଆପ୍) ପକ୍ଷରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଘୋଷଣା ପତ୍ର ଜାରି କରିଛନ୍ତି । ଏହି ଘୋଷଣା ପତ୍ରର ନାମ ‘୨୮ ସୁତ୍ରୀ ଗ୍ୟାରେଣ୍ଟି କାର୍ଡ’ ରଖାଯାଇଛି ।
ଏହି ନିର୍ବାଚନୀ ଇସ୍ତାହାରରେ ଆପ୍ ପକ୍ଷରୁ ଦିଲ୍ଲୀ ବାସୀଙ୍କୁ ଅନେକ ପ୍ରତିଶୃତି ଦିଆଯାଇଛି । ମୁଖ୍ୟତ ଦିଲ୍ଲୀରେ ୨୪ଘଣ୍ଟା ବିଜୁଳି ଓ ନିର୍ମଳ ପାନୀୟ ଜଳ ଯୋଗାଇ ଦେବାକୁ ଆପ୍ ପକ୍ଷରୁ ଘୋଷଣା କରାଯାଇଛି । ଏଥି ସହିତ ରାଜଧାନୀର ୧୦ଲକ୍ଷ ବରିଷ୍ଠ ନାଗରୀକଙ୍କୁ ମାଗଣା ତୀର୍ଥଯାତ୍ରା, ଘରକୁ ଘର କଣ୍ଟ୍ରୋଲ ସାମଗ୍ରୀ ଯୋଗାଣ, ଦିଲ୍ଲୀ ମାର୍କେଟକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ଏକ ପାଇଲଟ ପ୍ରକଳ୍ୱର ନିର୍ମାଣ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦଳ ପକ୍ଷରୁ ଘୋଷଣା କରିଛନ୍ତି ।