ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସୋସିଏଟେଡ ଜର୍ନାଲ ଲିମିଟେଡକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ହାଇକୋର୍ଟ ପକ୍ଷରୁ ଆସୋସିଏଟେଡର ପିଟିସନ୍ କୁ ଖାରଜ କରି ଦିଆଯାଇଛି । ଏହାସହିତ ହେରାଲ୍ଡ ହାଉସକୁ ଖାଲି କରିବା ପାଇଁ ଆଦେଶ ଦିଆଯାଇଛି । ହେରାଲ୍ଟ ହାଉସ ଖାଲି କରିବାର ନିଷ୍ପତ୍ତି ନାସନାଲ ହେରାଲ୍ଡର ପ୍ରକାଶନ କମ୍ପାନୀ ଆସୋସିଏଟେଡ୍ ଜର୍ନାଲ ଲିମିଟେଡ୍ ପକ୍ଷରୁ ହାଇକୋର୍ଟକୁ ଚ୍ୟାଲେଞ୍ଜ କରାଯାଇଥିଲା ।
ରିପୋର୍ଟ ମୁତାବକ, ଫେବ୍ରୁଆରୀ ୧୮ରେ ଆସୋସିଏଟେଡ ଜର୍ନାଲ ଲିମିଟେଡର ପିଟିସନ୍ ଉପରେ ଦିଲ୍ଲୀ ହାଇକୋର୍ଟର ଡିଭିଜନ୍ ବେଞ୍ଚପକ୍ଷରୁ ଏହି ନିଷ୍ପତିକୁ ସୁରକ୍ଷିତ ରଖାଯାଇଥିଲା । କେବେ ଯାଏଁ ହେରାଲ୍ଡ ହାଉସକୁ ଖାଲି କରିବାକୁ ପଡିବ ହୁଏତ ହାଇକୋର୍ଟ ପକ୍ଷରୁ ଏନେଇ କୌଣସି ସମୟ ସୀମାର କଥା ହୋଇ ନାହିଁ ।
ପ୍ରକୃତରେ ହେରାଲ୍ଡ ହାଉସର ଲିଜ୍ ଶେଷ କରିବା ସହ ସହର ବିକାଶ ମନ୍ତ୍ରାଳୟ ହେରାଲ୍ଡ ହାଉସକୁ ନଭେମ୍ବର ୧୫ ଯାଏଁ ଖାଲି କରିବା ପାଇଁ କହିଥିଲେ । ଏହି ହାଉସକୁ ଖାଲି କରିବା ପାଇଁ ଏଜେଏଏଲ କୁ ନୋଟିସ୍ କରାଯାଇଥିଲା । କିନ୍ତୁ ଏହି ମାମଲାରେ ବିଭାଗକୁ ନାସନାଲ ହେରାଲ୍ଡ ପକ୍ଷରୁ କୌଣସି ଜବାବ ମିଳିଳା ନାହିଁ, ଏହାପରେ ବିଭାଗ ପକ୍ଷରୁ ଶେଷ କାର୍ଯ୍ୟକାର କରି ହାଉସ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ କୁହାଯାଇଥିଲା କି ଗତ ୧୦ ବର୍ଷ ମଧ୍ୟରେ ହେରାଲ୍ଡ ପରିସରରେ କୌଣସି ପ୍ରେସ୍ କନଫରେନ୍ସ ହୋଇ ନାହିଁ । ଲିଜ୍ ର ନିୟମକୁ ଉଲଂଘନ କରି ଏହି ହାଉସକୁ ବ୍ୟବସାୟିକ ଉଦ୍ଦେଶରେ ବ୍ୟବହାର କରାଯାଉଛି ।