ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମ ଦେଶରେ ସାଧାରଣତଃ ସାବାଳକ ହେବା ପାଇଁ ବୟସ ସୀମା ୧୮ ବର୍ଷ ରହିଥିଲେ ମଧ୍ୟ ବିଭାହ ପାଇଁ ଅଲଗା ବୟସ ରହିଛି । ନିୟମ ଅନୁସାରେ ବିଭାହ ପାଇଁ ପୁଅର ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୮ ବର୍ଷ ରହିଛି । ମାତ୍ର ଦିଲ୍ଲୀରେ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି । ଏନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା କରିଛନ୍ତି । ପୁଅ ଝିଅଙ୍କ ବିବାହ ବୟସ ସମାନ କରିବାକୁ ସେ କୋର୍ଟକୁ ନିବେଦନ କରିଛନ୍ତି । ଆବେଦନ କରିଥିବା ବ୍ୟକ୍ତିଙ୍କ କହିବା କଥା ଦୁନିଆରେ ଏଭଳି ୧୨୫ ଟି ଦେଶ ରହିଛି ଯେଉଁଠାରେ ପୁଅ ଓ ଝିଅଙ୍କ ବିଭାହ ବୟସ ସାମନ ରହିଥାଏ । ଯାହା ଭାରତରେ ଲାଗୁ କରିବା ପାଇଁ ସେ ଯାଚିକାରେ ନିବେଦନ କରିଛନ୍ତି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ସବୁ ଦେଶରେ ପୁଅ ଓ ଝିଅଙ୍କ ବିଭାହ ବୟସ କେତେ ରହିଛି ?
ସର୍ବ ପ୍ରଥମେ ଯଦି ଆମେ ଚିନକୁ ନଜରକୁ ନେବା ଚୀନରେ ପୁଅର ବିଭାହ ବୟସ ୨୨ ବର୍ଷ ରହିଥିବା ବେଳେ ଝିଅର ବୟସ ୨୧ ବର୍ଷ । ସେହିଭଳି ପାକିସ୍ତାନରେ ପୁଅର ବୟସ ୧୮ ଓ ଝିଅର ବୟସ ୧୬ ବର୍ଷ ରହିଛି । ଆଫଗାନିସ୍ତାନରେ ମଧ୍ୟ ପାକିସ୍ତାନ ଭଳି ରହିଛି । ସେହିଭଳି ଭୁଟାନରେ ପୁଅ ଝିଅଙ୍କ ବିଭାହ ବୟସ ରହିଛି ୧୮ ବର୍ଷ । ଇଣ୍ଡୋନେସିଆରେ ଝିଅ ବୟସ ୧୬ ଓ ପୁଅ ବୟସ ୧୮ ରହିଛି । ଆଉ ସବୁଠାରୁ ବଡ କଥା ହେଉଛି ମୁସଲିମ ରାଷ୍ଟ୍ର ଇରାନରେ ଝିଅର ବିବାହ ବୟସ ୧୩ ବର୍ଷ ରହିଥିବା ବେଳେ ଯଦି ଝିଅର ପିତା ଚାହାନ୍ତି ତାଙ୍କ ଝିଅକୁ ସେ ୯ ବର୍ଷରେ ମଧ୍ୟ ବାହା ଦେଇ ପାରିବେ ।