ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଧରା ପଡିଲେ ଆଇଏସଆଇଏସର ତିନି ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ହାତରେ ଧରାପଡିଲେ ଆଇଏସଆଇଏସର ତିନି ଅ।।ତଙ୍କବାଦୀ । ଏହି ତିନି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ପରେ ୱଜିରାବାଦରୁ ସେମାନଙ୍କୁ ଗିରଫ କରାଯାଇଛି । ଏହି ତିନି ଆତଙ୍କବାଦୀଙ୍କୁ ସଂପ୍ରତି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜେରା କରୁଛି ।
ତେବେ ଗତବର୍ଷ ନଭେମ୍ବରରେ ଦିଲ୍ଲୀ ପୋଲିସର ସ୍ୱେଶାଲ ସେଲ ଆଇଏସଆଇଏସର ତିନି ଆତଙ୍କବାଦୀଙ୍କୁ ଆସାମର ଗୋପାଳପାଡାରୁ ଗିରଫ କରିଥିଲା । ଆସାମରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀମାନେ ରାସମେଲ ହେବାକୁ ଥିବା ସ୍ଥାନୀୟ ମେଳାରେ ପରୀକ୍ଷାମୂଳକ ଭାବେ ଆଇଡି ବ୍ଲାଷ୍ଟ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଦିଲ୍ଲୀ ପୋଲିସର ହାତରେ ଏହି ତିନି ଆତଙ୍କବାଦୀ ଧରାପଡି ଯାଇଥିଲେ । ସେମାନଙ୍କ ପାଖରୁ ପୋଲିସ ଗୋଟିଏ ଜୀବନ୍ତ ଆଇଇଡି, ୧ କିଲୋ ବିସ୍ଫୋଟକ ଓ ୨ଟି ବିଶେଷ ଧରଣର ଚାକୁ ଜବତ କରାଯାଇଥିଲା।