ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଗଞ୍ଜେଇ ସେବନରେ ଏବେ ସାରା ବିଶ୍ୱରେ ଦିଲ୍ଲୀ ୩ ନମ୍ବରରେ । ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଆମେରିକାର ନ୍ୟୁୟର୍କ ସବୁଠୁ ଆଗରେ ଥିବା ବେଳେ ୨ ନଂ ରେ ପାକିସ୍ତାନର କରାଚୀ ଓ ୩ ନମ୍ବରରେ ଭାରତର ରାଜଧାନୀ ଦିଲ୍ଲୀ ରହିଛି । ଦିଲ୍ଲୀରେ ଗଞ୍ଜେଇ ସେବନ ବେଆଇନ ଓ ଅପରାଧ ହୋଇଥିଲେ ସୁଦ୍ଧା ୨୦୧୮ ରେ ୩୮. ୩ ଟନ ଗଞ୍ଜେଇ ସେବନ ହୋଇଛି । ସେହିଭଳି ଆମେରିକାରେ ନ୍ୟୁୟର୍କରେ ୭୭.୪ ଟନ ଓ ପାକିସ୍ତାନର କରାଚୀରେ ୪୨ ଟନ ଗଞ୍ଜେଇ ବ୍ୟବହୃତ ହୋଇଛି ।
ତେବେ ଯଦି ଆମେ ଭାରତକୁ ଲକ୍ଷ୍ୟ କରିବା ଭାରତରେ ଦିଲ୍ଲୀ ପରେ ଗଞ୍ଜେଇ ବ୍ୟବହାରରେ ଦ୍ୱିତୀୟ ସ୍ଥାନରେ ରହିଛି ମୁମ୍ବାଇ । ୨୦୧୮ ମସିହାରେ ୩୨.୨ ଟନ ଗଞ୍ଜେଇ ଲୋକମାନେ ଖାଇଛନ୍ତି ।
ମଳିଥିବା ସୂଚନା ଅନୁସାରେ ଯଦି ଦିଲ୍ଲୀରେ ଗଞ୍ଜେଇକୁ ବୈଧ କରି ଦିଆଯିବ ତେବେ ସରକାରଙ୍କୁ ୭୨୫ କୋଟି ଟଙ୍କା ରାଜସ୍ୱ ମିଳିବ । ସେହିଭଳି ମୁମ୍ବାଇରେ ବୈଧ କରାଗଲେ ୬୪୧ କୋଟି ଟଙ୍କା ରାଜସ୍ୱ ମିଳିବ । ତେବେ ଓଡିଶାରେ ମଧ୍ୟ ଗଞ୍ଜେଇ ଅବୈଧ ଗଞ୍ଜେଇ ବ୍ୟବସାୟର ଚେର ବହୁତ ଲମ୍ବା ରହିଛି । ଓଡିଶାର କେକେତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବେ ଏହି ବିଷାକ୍ତ ନିଶା କବଳରେ ।