ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଦୃତ ଗତିରେ ବ୍ୟାପୁଥିବାର ଦେଖି ଏବେ ପୁରା ଦିଲ୍ଲୀକୁ ଲକ୍ ଡାଉନ୍ କରି ଦିଆଯାଇଛି । ସୋମବାର ସକାଳ ୬ଟାରୁ ୩୧ ମାର୍ଚ୍ଚ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀ ରେ ମେଟ୍ରୋ, ଅନ୍ତଃରାଜ୍ୟ ବସ୍ ଏବଂ ଘରୋଇ ଯାତାୟତ ସେବାକୁ ବନ୍ଦ କରି ଦିଆଯାଇଛି । କେବଳ ଜରୁରୀ ସ୍ଥିତି ପାଇଁ ଡିଟିସି ର ୨୫ ପ୍ରତିଶତ ବସ୍ ଉପଲବ୍ଧ ରହିବ ।
କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ଔଷଧ, ଗ୍ରୋସରୀ, ପନିପରିବା ଆଦି ଦୋକାନମାନ ଖୋଲା ରହିବ । ଏହାବ୍ୟତିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମାର୍ଚ୍ଚ ୩୧ ପରେ ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି , ଯେତେ ଶୀଘ୍ର ହେଉଛି ସେତେ ଶୀଘ୍ର ଏହି ଭାଇରସ ବ୍ୟାପିବାରୁ ରୋକିବାକୁ ହେବ । ବର୍ତ୍ତମାନ ଦିଲ୍ଲୀରେ ୨୭ ସଂକ୍ରମିତ । ଏମାନଙ୍କମଧ୍ୟରୁ ୬ଟି କେସ୍ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଛି । ଅନ୍ୟ ୨୧ ଟି ମାମଲା ବାହାରୁ ଆସିଥିବା ବ୍ୟକ୍ତିଙ୍କଠାରେ ଦେଖା ଦେଇଛି । ଯଦି ଆମେ ଆଜି କଠିନ ପଦକ୍ଷେପ ନ ଉଠାଉଛେ ତେବେ ଏହା ବ୍ୟାପିଗଲା ପରେ ଲକ୍ ଡାଉନ୍ ର ଲାଭ କିଛି ହେବ ନାହିଁ ।