ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନର ଦ୍ୱିତୀୟ ଲହର । ଅବଶ୍ୟ ଏବେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନାର ନୂତନ ମାମଲାରେ ହ୍ରାସ ଘଟିଛି । ଏହାକୁ ଦୃଷ୍ଟିରେ ରଖି ଧୀରେ ଧୀରେ ଅନଲକ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯଦି କରୋନା ସଂକ୍ରମଣ ପୁର୍ନବାର ଭଳି ବୃଦ୍ଧି ନହୁଏ ତେବେ ଜନସାଧାରଣ ଏବଂ ବିଶେଷଜ୍ଞଙ୍କ ପରାମର୍ଶକୁ ଅଧାର କରି ଆମେ ସପ୍ତାହରେ ଧୀରେ ଧୀରେ ଦିଲ୍ଲୀରେ ଲକଡାଉନ ଖୋଲିବା ପ୍ରକ୍ରିୟା ଜାରି ରଖିବୁ । କରୋନା ବିରୋଧୀ ଲଢେଇରେ ଦିଲ୍ଲୀବାସୀଙ୍କ ସହଯୋଗରେ ଦିଲ୍ଲୀର ସ୍ଥିତିରେ ସୁଧାର ଆସୁଛି, ଲକଡାଉନ ପରେ ଏବେ ଦିଲ୍ଲୀ ଧୀରେ ଧୀରେ ଅନଲକ ହେବା ପାଇଁ ପ୍ରସ୍ତୁତ । ସୋମବାରଠୁ ନିର୍ମାଣକାର୍ଯ୍ୟ ଏବଂ କାରଖାନା ଗୁଡିକ ଖୋଲିବାକୁ ଯାଉଛି ।