ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟ ଖଣ୍ଡ ଯୁଦ୍ଧ ହୋଇ ଚାଲି ଗଲାଣି ୧୮ ଜୀବନ । ଯାହା ଏବେ ଥମିବାର ନାଁ ନେଉନି । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଜି ଉତ୍ତାପୂର୍ବ ଦିଲ୍ଲୀରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି । ତେବେ ଏହିଭଳି ଏକ ସମ୍ବେଦନଶୀଳ ସମୟରେ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ପାକିସ୍ତାନରେ ଏହି ହିଂସା ପାଇଁ ଷଡଯନ୍ତ୍ର ରଚୁଛି । ଏଥିରେ ଆଇଏସଆଇର ହାତ ରହିଛି । ଗୁଇନ୍ଦା ବିଭାଗ ଓ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଇଏସଆଇର ଏଥିରେ ସମ୍ପୂର୍ଣ୍ଣ ହାତ ରହିଛି ।
ସୂଚନା ମିଳିଛି ଦିଲ୍ଲୀକୁ ଅସାନ୍ତ କରିବା ପାଇଁ ଅନେକ ଗୁଡିଏ ଫେସବୁକ ଓ ଟ୍ୱିଟର ଆକାଉଣ୍ଟ ପାକିସ୍ତାନରୁ ପରିଚାଳନା ହେଉଛି । ଯେଉଁଥିରେ ସିଏଏ ବିରୋଧରେ ଜନସାଧାରଣଙ୍କୁ ଉସକାଯାଉଛି । ଏମିତି ବି କିଛି ଉତ୍ତେଜନା ମୂଳକ ଭିଡିଓ ମଧ୍ୟ ଏଥିରେ ଅପଲୋଡ କରାଯାଉଉଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ପାକିସ୍ତାନ ସିଏଏକୁ ବିରୋଧ କରି ଆସୁଛି । ଦିଲ୍ଲୀ ଉତ୍ତରପୂର୍ବ ଅଞ୍ଚଳରେ ୧୨ ପ୍ଲାଟୁନ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଏକ ମାସ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।