ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସିିଏଏକୁ ନେଇ ଦିଲ୍ଲୀରେ ହିଂସା ତୀବ୍ର ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ଦିଲ୍ଲୀରେ ହିଂସାରେ ୩୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ପ୍ରତିଦିନ ହିଂସା କାଣ୍ଡରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବଅସରରେ ହିଂସାକୁ କମାଇବା ପାଇଁ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ବହୁ କଂଗେଅସ ନେତା ଏଠାରେ ଉପସ୍ଥିତ ଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ଦେବା ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ହିଂସାକାଣ୍ଡ ପାଇଁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି ।
ଏମିତିକି ସେ କହିଛନ୍ତି ଏଥିପାଇଁ ଅମିତ ଶାହାଙ୍କୁ ବହିସ୍କୃତ କରାଯିବା ଦରକାର । ସେହିଭଳି ଏହି ସାଂମ୍ପ୍ରଦାୟିକ ହିଂସାକାଣ୍ଡକୁ ସେ ଜାତୀୟ ଲଜ୍ଜା ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଜାଣି ଜାଣି ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ପ୍ରତିନିଧୀ ମଣ୍ଡଳୀ । ସୂଚନାଯୋଗ୍ୟ ଇତିମଧ୍ୟରେ ହିଂସାଗ୍ରସ୍ତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଉତ୍ତର-ପୂର୍ବ ଦିଲ୍ଲୀର ସ୍ଥିିତି ଉପରେ ନଜର ରଖିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଶାହା ।