ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିଏଏକୁ ନେଇ ଦିଲ୍ଲୀରେ ପ୍ରତିଦିନ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ବିଣୋଦି ଓ ସପକ୍ଷବାଦୀଙ୍କ ମୁହଁ ମୁହିିଁ ପରିସ୍ଥିତି ଯୋଗୁ ଏହି ଦଙ୍ଗାେରେ ମୃତକଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆଜି ଉତ୍ତର ପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି । ଆଜି ଏହି ଅଞ୍ଚଳର ଜିଲ୍ଲା ଗୁଡିକରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିଛି । ଅନ୍ୟପଟେ ଆଜି ସିବିଏସଇ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ସୂଚନାଯୋଗ୍ୟ ଦିଲ୍ଲୀ ଉତ୍ତରପୂର୍ବ ଅଞ୍ଚଳରେ ୧୨ ପ୍ଲାଟୁନ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଏକ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ଏହି ଅବସରରେ ଗତକାଲି ଦିଲ୍ଲୀରେ ପରିସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଶାନ୍ତି ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଏହି ଦଙ୍ଗାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନେଷ୍ଟବଳ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ରାତି ୧୨ ଟା ୩୦ ରେ ଦିଲ୍ଲୀ ହାଇକୋର୍ଟ ବିଚାପତି ଏସ. ମୂରଲିଧରଙ୍କ ବାସ ଭବନରେ ଏକ ଜରୁରୀ ଶୁଣାଣୀ ହୋଇଥିଲା । ଅନ୍ୟପଟେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।