ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି କାର୍ଡ ବା ମୋବାଇଲ ଡିଭାଇସ ଜରିଆରେ ଡିଜିଟାଲ ପେମେଣ୍ଟସ ବିନା ଇଣ୍ଟରନେଟ୍ ରେ ଆପଣ କରି ପାରିବେ । ଗୁରୁବାର ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ଅଫଲାଇନ୍ ରିଟେଲ ପେମେଣ୍ଟର ଏକ ପାଇଲଟ ସ୍କିମକୁ ମଞ୍ଜୁରୀ ଦେବାର ଘୋଷଣା କରିଛି । ଏହି ପ୍ରୋଜେକ୍ଟ ଅନୁଯାୟର ଯେଉଁ ଅଞ୍ଚଳରେ ଇଣ୍ଟରନେଟ କନେକ୍ସନ ନାହିଁ, ସେଠାରେ ବି ଡେବିଟ, କ୍ରେଡିଟ ବା ମୋବାଇଲ ଡିଭାଇସ ଜରିଆରେ ନେଣଦେଣ କରାଯାଇ ପାରିବ ।
ଆରବିଆଇ ପକ୍ଷରୁ ଷ୍ଟେଟମେଣ୍ଟ ଅଫ୍ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟରୀ ପଲିସିଜ୍ ରେ କୁହାଯାଇଛି କି, ରିଜର୍ଭ ବ୍ୟାଙ୍କ , କମ୍ପାନୀକୁ ଅଫଲାଇନ ପେମେଣ୍ଟସ ସଲ୍ୟୁସନ ବିକସିତ କରିବା ପ୍ରତି ପ୍ରୋତ୍ସାହିତ କରିଛି । ସେହିଅନୁଯାୟୀ ଅଫଲାଇନ୍ ମୋଡରେ ଇନବିଲ୍ଟ ଫିଚର୍ସ ସହିତ ଛୋଟ ଭ୍ୟାଲ୍ୟୁ ପେମେଣ୍ଟ ର ପାୟଲଟ ସ୍କିମ କୁ ମଞ୍ଜୁରୀର ପ୍ରସ୍ତାବ କରାଯାଉଛି । ଏଥିରେ ଗ୍ରାହକଙ୍କ ହିତ ଏବଂ ନେଣଦେଣ ର ସୁରକ୍ଷା ଆଦିକୁ ଧ୍ୟାନରେ ରଖାଯିବ । ଏନେଇ ବହୁତ ଶୀଘ୍ର ଗାଇଡଲାଇନ୍ ଜାରି କରାଯିବ ।
ଇଣ୍ଟରନେଟ କନେକ୍ସନର ଅଭାବ ବା ଧୀମା ଗତି , ଖାସ କରିକି ଦୂରଦୂରାନ୍ତର ଅଞ୍ଚଳରେ ଡିଜିଟାଲ ପେମେଣ୍ଟ କଲା ବେଳେ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି କାଡର୍ସ, ୱାଲେଟ ବା ମୋବାଇଲ ଡିଭାଇସ ଜରିଆରେ ଅଫଲାଇନ ପେମେଣ୍ଟ ର ବିକଳ୍ପ ଉପଲବ୍ଧ କରାଯାଉଛି । ଆଶା କରାଯାଉଛି କି ଏଥିରେ ଆଗାମୀ ଦିନରେ ଡିଜିଟାଲ ପେମେଣ୍ଟର ସ୍ୱୀକାର୍ଯ୍ୟତା ବଢିବ ।
ହୁଏତ ବର୍ତ୍ତମାନ ସିଙ୍ଗଲ ପେମେଣ୍ଟ ପାଇଁ ଅଧିକତମ ସୀମା ୨୦୦ ଟଙ୍କା ରହିଛି କିନ୍ତୁ ଭବିଷ୍ୟତରେ ଏହି ରାଶିକୁ ବଢାଯାଇପାରେ । ବର୍ତ୍ତମାନ ଏହାକୁ ପାଇଲଟ ଯୋଜନା ଅନୁଯାୟୀ ଚଲାଯିବ, ପରେ ଏହାକୁ ଆରବିଆଇ ଔପଚାରିକ ବ୍ୟବସ୍ଥା ସ୍ଥାପନ କରିବାକୁ ନେଇ ନିର୍ଣ୍ଣୟ କରିବ । ପାଇଲଟ ଯୋଜନା ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ ।