ଲକ୍ଷ୍ନୌ(ଏଟିଆର ବ୍ୟୁରୋ): ଆଜି ଅଯୋଧ୍ୟାରେ ଦୀପାବଳୀ ପାଳନ କରାଯାଉଛି । ଏହି ଅବସରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଦୀପ ଉତ୍ସବ ପାଳନ କରାଯିବ । ସୂଚନା ଅନୁସାରେ ଆଜି ଅଯୋଧ୍ୟାରେ ଥିବା ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାରଟି ଦୀପ ଲଗାଯିବ । ଏହି ଦୀପ ଉତ୍ସବରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବୀଣା ଭଟ୍ଟନାଗରଙ୍କ ସମେତ ମନ୍ତ୍ରୀମାନେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନର୍ମିତ ପ୍ରକଳ୍ପ ଲୋକାର୍ପଣ କରିବେ । ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ବିଭିନ୍ନ ଦେଶରୁ ଶିଳ୍ପୀ ମାନେ ଶ୍ରୀରାମଙ୍କ ସଂପର୍କୀତ ଏକ ଶୋଭାଯାତ୍ରା ସାକେତ ମହାବିଦ୍ୟାଳୟରୁ ଆରମ୍ଭ କରିବେ । ଏହା ପରେ ଶ୍ରୀରାମ-ସୀତାଙ୍କ ପାର୍କରେ ଶ୍ରୀରାମ- ଜାନକୀଙ୍କ ପୂଜା, ଆରତୀ ଓ ବନ୍ଦନା ହେବା ସହ ହେଲିକପ୍ଟରରୁ ପ୍ରତୀକାତ୍ମକ ଅବତରଣ ଓ ଭରତ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।