ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଅକ୍ଟୋବର ମାସ ଶେଷ ସୁଦ୍ଧା କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହୋବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା କରିବା ପାଇଁ ପରାମର୍ଶ ଦେଇଛି କମିଟି ।
ଅକ୍ଟୋବରରେ ତୃତୀୟ ଲହର ଆସିବ ଓ ଏହା ପିକରେ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ପ୍ରାପ୍ତ ବୟସ୍କଙ୍କ ପରି ସେମାନେ ମଧ୍ୟ ବିପଦଗ୍ରସ୍ତ ହୋଇପାରନ୍ତି । ଏହି ସମୟରେ ଦୈନିକ ସଂକ୍ରମଣ କେସ୍ ୪ ଲକ୍ଷରୁ ୫ଲକ୍ଷ ମଧ୍ୟରେ ରହିପାରେ । ଯଦି ସେମିତି ହୁଏ, ତେବେ ଓଡିଶାରେ ଦୈନିକି ୧୪ହଜାର ସଂକ୍ରମିତ ଚିହ୍ନଟ ହେବେ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି ।
ଏଭଳି ପରିସ୍ଥିତିର ମୁକାବିଲା ଲାଗି ଡାକ୍ତରଖାନା, ଡାକ୍ତର, ଡାକ୍ତରୀ କର୍ମଚାରୀ, ଭେଣ୍ଟିଲେଟର୍, ଆମ୍ବୁଲାନ୍ସ୍ ଏବଂ ଡାକ୍ତରୀ ଉପକରଣ ଅଭାବ ରହିଛି। ଯଦି ବହୁସଂଖ୍ୟକ ପିଲା ଆକ୍ରାନ୍ତ ହୁଅନ୍ତି, ଯାହା କିଛି ଅଛି ସେଥିରେ ପରିସ୍ଥିତିର ସମ୍ମୁଖୀନ କରାଯାଇ ପାରିବ ନାହିଁ।