ନୂଆଦିଲ୍ଲୀ (ଏଟିଆର ବୁରୋ): ଦେଶରେ ଏବେ ଜାରି ରହିଛି କରୋନା ଟୀକାକରଣ । ଟୀକା ଦେଇ ସାରିବା ପରେ ଲୋକେ ଟୀକା ସାର୍ଟିଫିକେଟକୁ ସୋସିଆଲ ମିଡିଆରେ ସେୟାର କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ସେମାନେ ଜାଣି ନାହାନ୍ତି କି ସେହି ସାର୍ଟିଫିକେଟର ଭୁଲ୍ ବ୍ୟବହାର ହୋଇପାରେ । ସେଥିପାଇଁ ଗୃହ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ସଂସ୍ଥା ସାଇବର ଦୋସ୍ତ ଟ୍ୱିଟ କରି ଏନେଇ ଚେତାବନୀ ଦେଇଛି ।
ସାଇବର ଦୋସ୍ତ ଟ୍ୱିଟ କରି କହିଛି କି, କରୋନା ଟୀକା ସାର୍ଟିଫିକେଟରେ ନାଁ, ବୟସ, ଲିଙ୍ଗ ଏବଂ ଆଗାମୀ ଡୋଜର ତାରିଖ ସମେତ ଅନେକ ତଥ୍ୟ ରହିଛି । ଯଦି ଆପଣ ସୋସିଆଲରେ ଏହି ସାର୍ଟିଫିକେଟ ସେୟାର କରିବେ ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଏହି ତଥ୍ୟ ଆଧାରରେ ସାଇବର ଠକ ଆପଣଙ୍କୁ ଠକି ପାରନ୍ତି । ସେଥିପାଇଁ ଟୀକା ସାର୍ଟିଫିକେଟକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ ।