ଭୁବନେଶ୍ୱର ( ଏଟିଆର ବ୍ୟୁରୋ): “ଜନ ଗଣ ମନ” ଆମ ଦେଶର ଜାତୀୟ ସଂଗୀତ । ଯାହାକୁ ଶୁଣିଲେ ମନରେ ଆପେ ଆପେ ଚାଲିଆସେ ଜାତୀୟତାର ଭାବନା । ମୁଁ ଭାରତୀୟ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରେ । ରବିନ୍ଦ୍ର ନାଥ ଟାଗୋରଙ୍କ ଲିଖିତ ଏହି ସଂଗୀତ ଟି ୧୯୫୦ ଜାନୁଆରୀ ୨୪ ତାରିଖରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇ ଆସୁଛି । ଏହି ଗୀତଟି ରବିନ୍ଦ୍ର ନାଥ ଟାଗୋର ବଙ୍ଗଳା ଭାଷାରେ ଲେଖିଥିଲେ । ଏହି ଗୀତଟିକୁ ଗାଇବାର ସମୟ ସୀମା ରହିଛି ୫୨ ସେକେଣ୍ଡ ।
୧୯୧୧ ମସିହା ପର୍ଯ୍ୟନ୍ତ ଭାରତର ରାଜଧାନୀ କୋଲକତା ରହିଥିଲା । ବଙ୍ଗ ବିଭାଜନ ସମୟରେ ଆନୋଳନକାରୀ ମାନେ ବ୍ରିଟସରଙ୍କୁ ବିରୋଧ କରିଥିଲେ । ଯାହା ଫଳରେ ଇଂରେଜ ମାନେ ଭାରତର ରାଜଧାନୀ କୋଲକତାରୁ ଭାରତକୁ ଉଠାଇ ଆଣିଥଇଲେ । ପ୍ରଥମ ଥର ଏହି ଗୀତ ୨୭ ଡିସେମ୍ଭର ୧୯୧୧ ରେ ପ୍ରଥମ ଥର ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ବାର୍ଷିକ ସସମ୍ମିଳନୀ ପର ଦିନ କୋଲାକାତାରେ ଗାନ କରାଯାଇଥିଲା ।
ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂସ୍କୃତନିଷ୍ଠ ବଙ୍ଗଳା ଭାଷାରୁ ହିନ୍ଦୀ ଭାଷାରେ ଅନୁବାଦ କରାଇଥିଲେ । କ୍ୟାପଟେନ ଆବିଦ ଅଲ୍ଲୀ ଏହାକୁ ହିନ୍ଦୀ ଭାଷାରେ ଅନୁବାଦ କରିଥିଲେ । ଯଦି କୌଣସ ି ବ୍ୟକ୍ତି ଜାତୀୟ ସଂଗୀତକୁ ଅସମ୍ମାନ କରନ୍ତି ୧୯୭୧ ଅନୁସାରେ ଧାରା ୩ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ।