ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଗସ୍ତରେ ଆସୁଛନ୍ତି ବିଶ୍ୱର ସବୁଠାରୁ ଶକ୍ତଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଏହି ଅବସରରେ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୀମାରେ ମଧ୍ୟ ହାଇ ଆର୍ଲଟ ଜାରି କରିଛି ଭାରତ । ସୀମାରେ ଆଗ ଅପେକ୍ଷା ଅଧିକ ସୈନ୍ୟ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କ ହାତରେ ଏକ ଅଡିଓ ଟେପ ଲାଗିଛି ଯେଉଁଥିରେ ଦର୍ଶଯାଇଛି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଆତଙ୍କବାଦୀ ମାନେ ଦେଶରେ ଏକ ବଡ ଧରଣର ଅଘଟଣ ଘଟାଇବାକୁ ଧମକ ଦେଇଛନ୍ତି ।
ଅନ୍ୟପଟେ ପୁଞ୍ଚ ସୀମାରେ ପାକିସ୍ତାନ ଅନୁପ୍ରବେଶ କାରୀଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି । ଏବେ ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଘଂନ କରିବା ସହିତ ଗୁଳି ବର୍ଷଣ ଜାରି ରଖିଛି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୁରକ୍ଷାକର୍ମୀ ତୀକ୍ଷ୍ମ ନଜର ରଖିଛନ୍ତି । ସୀମାରେ ଏବେ ଅଧିକ ଯବାନ ମୁତୟନ ହେବା ସହିତ ପେଟ୍ରୋଲିଙ୍ଗ ବୃଦ୍ଧି କରାଯାଇଛି । ଏବଂ ପୁରା ସୀମା ଉପରେ କଡା ନଜର ରଖାଯାଇଛି । ସୂଚନାଯୋଗ୍ୟ ୨୪ ତାରିଖରେ ଟ୍ରମ୍ପ ଅହମ୍ମଦାବାଦ ଓ ତାଜମହଲ ଯିବାର କାର୍ୟ୍ୟକ୍ରମ ରହିଥିବା ବେଳେ ୨୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।