ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେହରେ ଖାକି ପୋଷାକ, କାଖରେ ଏକ କଅଁଳ ଶିଶୁକୁ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ । ଏଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ହେଊଛି ଲକ୍ଷେ୍ନø ଗାଜିପୁର ଥାନାରେ ପୋଷ୍ଟିଂ ହୋଇଥିବା ମହିଳା କନେଷ୍ଟବଳ ସ୍ୱାତୀ ସିଂହଙ୍କର । ସେ ଡ୍ୟୁଟି କରିବା ବେଳେ ବି ଭୁଲି ନାହାନ୍ତି ଜଣେ ମା’ର କର୍ତ୍ତବ୍ୟ । ଏହି ଫଟୋରେ ସେ ପୋଲିସ୍ ଡ୍ୟୁଟି କରିବା ସହିତ ନିଜ ଛୁଆର ଦେଖାରଖା କରିବାରେ ନଜର ଆସିଛନ୍ତି । ଏହି ଫଟୋକୁ ଯିଏ ବି ଦେଖୁଛନ୍ତି ସେ ମହିଳା କନେଷ୍ଟବଳଙ୍କ ପ୍ରଶଂସା ନକରି ରହି ପାରୁ ନାହାନ୍ତି ।
ସେପଟେ ଖୋଦ୍ ଉତ୍ତରପ୍ରଦେଶର ଆଇଜି ନବନୀତ ସିକେରା ବି ତାଙ୍କ ଟ୍ୱିଟରରେ ସ୍ୱାତୀ ସିଂହଙ୍କ ଫଟୋ ସେୟାର କରିଛନ୍ତି । ଏହାସହିତ କ୍ୟାପସନ୍ ଦେଇଛନ୍ତି କି ୟୁପିରେ ଶହେ ଏବଂ ହଜାର ସଂଖ୍ୟାରେ ମହିଳା କନେଷ୍ଟବଳ ସେମାନଙ୍କ ପିଲାଙ୍କୁ ସମ୍ଭାଳିବା ସହିତ ଡ୍ୟୁଟି ମଧ୍ୟ ବହୁତ ଭଲ ଭାବେ କରୁଛନ୍ତି । ଏହି ପୋଷ୍ଟଟି ସେହି ସମସ୍ତଙ୍କୁ ସମର୍ପିତ କରୁଛି ।
I was sent these pictures of Swasti Singh Chauhan posted in Ghazipur, Lucknow.
Pictures speak for themselves. Duty of a mother & country. Hundreds and thousands of such dedicated @Uppolice team members stand guard 24×7. This post is dedicated to all of them. #JaiHind #India 🇮🇳 pic.twitter.com/4o57eUGjKy— Navniet Sekera (@navsekera) April 7, 2019
ମା’ ର କର୍ତ୍ତବ୍ୟ ସହ ପୋଲିସ ଡ୍ୟୁଟି କରୁଥିବା ସ୍ୱାତୀ ସିଂହଙ୍କୁ ଯେତେବେଳେ ତାଙ୍କ ଅସୁବିଧାର ବିଷୟରେ ପଚରାଗଲା ସେ ପ୍ରତିକ୍ରିୟା ଦେଇ କହିଥିଲେ କି ମୁଁ ଏକା ବେଳେ ଦୁଇଟି ଦାୟିତ୍ୱ ବହନ କରୁଛି । ଗୋଟେ ପଟେ ସିପାହୀ ହୋଇ ଦେଶର ରକ୍ଷା ଏବଂ ଅନ୍ୟ ପଟେ ଜଣେ ମା’ ହୋଇ ନିଜ ଛୁଆର କର୍ତ୍ତବ୍ୟ ।
ସ୍ୱାତୀ ଆହୁରୀ ମଧ୍ୟ କହିଥିଲେ କି , ଡ୍ୟୁଟି ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡେ, କିନ୍ତୁ ତାଙ୍କ ନଜର ସବୁବେଳେ ତାଙ୍କ ଛୁଆ ଉପରେ ଥାଏ, ସେ ତେଣିକି ଯେଉଁ ପ୍ରକାର ପରିସ୍ଥିତି ହୋଇ ଥାଉ ନା କାହିଁକି । ସେ କେବେ ବି ତାଙ୍କ ଛୁଆକୁ ଏକୁଟିଆ ଛାଡି ନାହାନ୍ତି ।