ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଶ୍ୱ ବିଜେତା ଭାରତର କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ବେବଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନୀତ ହେବେ । ଫୁଟବଲ କ୍ଲବ ଇଷ୍ଟ ବଙ୍ଗଳା ଆସନ୍ତା ଅଗଷ୍ଟ ୧ ତାରିଖରେ ତାର ପ୍ରତିଷ୍ଠା ଦିବସ ଅବସରରେ ତାର ସର୍ବୋଚ୍ଚ ସମ୍ମାନ ଭାରତ ଗୌରବ ସମ୍ମାନରେ ସମ୍ମାନୀତ କରିବେ । ସେହିଭଳି ଏହି କ୍ଲବ ଷ୍ଟାର ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆଙ୍କୁ ମଧ୍ୟ ବିଦାଇ ସମ୍ଭର୍ଦ୍ଧନା ଦିଆଯିବ ।
ସୂଚନାଯୋଗ୍ୟ କପିଲ ଦେବ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ୱ କପ ଆଣି ଦେଇଥିଲେ । ଏହି ଅବସରରେ ଇଷ୍ଟ ବଙ୍ଗଳା କାର୍ଯ୍ୟକାର ସମିତିର ସଦସ୍ୟ ଦେବବ୍ରତ ସରକାର କହିଛନ୍ତି “ ଭୁଟିଆ ଅନ୍ତରାଷ୍ଟ୍ରୀୟ ଫୁଟବଲ ରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ ।
ଇଷ୍ଟ ବଙ୍ଗଳାର ଶତାବ୍ଦି ବର୍ଷରେ ସେ ଇଷ୍ଟ ବଙ୍ଗଳା ପାଇଁ ପାଞ୍ଚ ମିନିଟ କେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସେହିଭଳି ପ୍ରତିଷ୍ଠା ଦିବସରେ ମନୋରଞ୍ଜନ ଭଟାଚାର୍ଯ୍ୟ ଏବଂ ଭାଷ୍କର ଗାଙ୍ଗୁଲିଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ମାନୀତ କରାଯିବ । ଅନ୍ୟପଟେ ଦିଗଜ୍ଜ ପି ବନର୍ଜିଙ୍କୁ ‘ ପ୍ରଶିକ୍ଷକ’ ପୁରସ୍କାର ପ୍ରଦାନ କରାଯାଇଛି ।