ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୀପାବଳି ଠାରୁ ପୁରା ଦିଲ୍ଲୀ ଏବେ ପ୍ରଦୂଷଣ ଜାଲରେ ଛନ୍ଦି ହୋଇ ପଡିଛି । ଏମିତି କି ଏଠାରେ ପ୍ରଦୂଷଣ କମେଇବା ପାଇଁ ସରକାର ବିଭିନ୍ନ ନୂଆ ନିୟମ ମାନ କରୁଛନ୍ତି । ଏମିତି କି ଆଜି ଠାରୁ ଏଠାରେ ନମ୍ବରକୁ ନେଇ ଗାଡି ଚଳାଚଳ କରିବାକୁ ସରକାର ନିୟମ ଆଣିଛନ୍ତି । ଅନ୍ୟପଟେ ଦୁଇଦିନ ପାଇଁ ଦିଲ୍ଲୀରେ ସରକାରୀ ସ୍କୁଲ ଗୁଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ତେବେ ଏହାକୁ ନେଇ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ନୂଆ ଟିପ୍ସ ଦେଇଛନ୍ତି । ସେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଗାଜର ଖାଇବାକୁ ପରାମର୍ଶ ଦେଇଛନ୍ତି । ସେ ଏନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ସ୍ୱାସ୍ଥ ସମସ୍ୟା ଏଡାଇବା ପାଇଁ ସେ ଲୋକମାନଙ୍କୁ ଗାଜର ଖାଇବାକୁ କହିଛନ୍ତି ।
ସେ କହିଛନ୍ତି ଗାଜରରେ ଅଧିକ ମାତ୍ରାରେ ପୋଷକ ତତ୍ୱ ରହିଛି । ଏଥିରେ ଅଧିକ ପରିମାଣରେ ଭିଟାମିନ୍-ଏ, ପେଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ ମିଳିଥାଏ । ତେଣୁ ଏହା ସ୍ୱାସ୍ଥ ପାଇଁ ବେଶ ଉପକାରୀ । ସୂଚନାଯୋଗ୍ୟ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପରିବହନ ବିଭାଗ ପକ୍ଷରୁ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି । ଗାଡି ନମ୍ବରକୁ ନେଇ ସରକାର କଟକଣା ଜାରି କରିଛନ୍ତି । ବିଭିନ୍ନ ନମ୍ବର ପାଇଁ ବିଭିନ୍ନ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ତାରିଖରେ କେଉଁ ଗାଡି ଚାଲିବାକୁ ନିର୍ଦ୍ଦେଶ ରହିଛି ।
ସୂଚନା ଅନୁସାରେ ଯଦି ଆପଣଙ୍କ ଗାଡି ନମ୍ବର ପ୍ଲେଟର ଶେଷ ନମ୍ବର ୨,୪,୬,୮,୦ ଲେଖା ହୋଇଛି ତେବେ ଆପଣ ୪,୬,୮,୧୦,୧୨ ୧୪ ତାରିଖରେ ରାସ୍ତାରେ ଚଳାଇ ପାରିବେ । ସେହିଭଳି ଯଦି ଆପଣଙ୍କ ଗାଡି ନମ୍ବର ଶେଷରେ ୧,୩,୫,୭,୯ ଲେଖା ରହିଛି ତେବେ ଆପଣ ୫,୭,୯,୧୧, ୧୩ ଓ ୧୫ ତାରିଖରେ ଦିଲ୍ଲୀ ରାଜ ରାସ୍ତାରେ ଗାଡି ଚଳାଇ ପାରିବେ । ଏହି ନିୟମ ସରକାର ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲଗୁ କରିଛନ୍ତି । ସୂଚନାଯୋଗ୍ୟ ଏହି ନିୟମ ଏବେ କେବଳ କାର ମାନଙ୍କ ପାଇଁ ଲାଗୁ କରାଯାଇଛି ।