ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କୁ ମନି ଲଣ୍ଡିରିଂ ମାମଲାରେ ପରିବର୍ତ୍ତନ ମନ୍ତ୍ରାଳୟ (ଇଡି) ଗିରଫ କରିଛି । ଆଜି ସକାଳ ୩ଟାରେ ଇଡି ରାଣାଙ୍କୁ ଗିରଫ କରିଛି । ପ୍ରାୟ ୨୦ଘଣ୍ଟାରୁ ଅଧିକ ସମୟ ଧରି ଜେରା କରି ସାରିବା ପରେ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ରାଣାଙ୍କୁ ଗିରଫ କରାଯାଇଛି ।
ରାଣା କପୁରଙ୍କୁ ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେଶନ ଲିମିଟେଡ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ଡିଏଚଏଫଏଲକୁ ୟେସ୍ ବ୍ୟାଙ୍କ ୪,୪୫୦କୋଟି ଟଙ୍କା ଋଣ ଦେଇଥିଲା । ସେଥିରୁ ଡିଏଚଏଫଏଲକୁ ୩,୭୫୦କୋଟି ଏବଂ ଏହାର ସହଯୋଗୀ କମ୍ପାନୀ ଆରକେଡବ୍ଳ୍ୟୁ ଡେଭଲପର୍ସକୁ ୭୫୦ କୋଟି ଟଙ୍କା ୟେସ୍ ବ୍ୟାଙ୍କ ଋଣ ଦେଇଥିଲା ।
ଏହାପରେ ଡିଏଚଏଫଏଲ କମ୍ପାନୀ ଋଣ ଫେରସ୍ତ କରିପାରିନଥିଲା । ଏବଂ ପ୍ରତିବଦଳରେ ୟେସ ବ୍ୟାଙ୍କ ମଧ୍ୟ ଡିଏଚଏଫଏଲ କମ୍ପାନୀ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ସେ ନେଇ ଇଡି ରାଣାଙ୍କୁ ପ୍ରଶ୍ନ କରି ଘେରି ଥିଲା । ଏହା ପରେ ଇଡି ରାଣାଙ୍କୁ ମନିଂ ଲଣ୍ଡରିଂ ମାମଲାରେ ଗିରଫ କରିଛି ।