ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ଅୟୋଗ ଆଜି ଲୋକସଭା ନିର୍ବାଚନ ୨୦୧୯ ର ତାରିଖ ଘୋଷଣା କରିଛନ୍ତି । ଏହି ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ । ଅପ୍ରିଲ ଏବଂ ମେ ମାସରେ ୭ଟି ପର୍ଯ୍ୟାୟରେ ଲୋକସଭାର ୫୪୩ ସିଟ୍ ପାଇଁ ନିର୍ବାଚନ କରାଯିବ ।
ତେବେ ନଜର ପକାନ୍ତୁ ୭ଟି ପର୍ଯ୍ୟାୟର ନିର୍ବାଚନ ତାଲିକା ଉପରେ:
ପଥମ ପର୍ଯ୍ୟାୟ: ଅପ୍ରିଲ ୧୧, ୨୦ ଟି ରାଜ୍ୟ, ୯୧ ସିଟ୍
ଦ୍ୱିତୀୟ ପର୍ଯ୍ୟାୟ: ଅପ୍ରିଲ ୧୮, ୧୩ ଟି ରାଜ୍ୟ, ୯୭ ସିଟ୍
ତୃତୀୟ ପର୍ଯ୍ୟାୟ: ଅପ୍ରିଲ ୨୩, ୧୪ ଟି ରାଜ୍ୟ, ୧୧୫ ସିଟ୍
ଚତୁର୍ଥ ପର୍ଯ୍ୟାୟ: ଅପ୍ରିଲ ୨୯, ୯ ଟି ରାଜ୍ୟ, ୭୧ ସିଟ୍
ପଞ୍ଚମ ପର୍ଯ୍ୟାୟ: ମେ ୬, ୭ ଟି ରାଜ୍ୟ, ୫୧ ସିଟ୍
ଷଷ୍ଠ ପର୍ଯ୍ୟାୟ: ମେ ୧୨, ୭ ଟି ରାଜ୍ୟ, ୫୯ ସିଟ୍
ସପ୍ତମ ପର୍ଯ୍ୟାୟ: ମେ ୧୯, ୮ ଟି ରାଜ୍ୟ, ୫୯ ସିଟ୍ ।
ସମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଅୟୋଗ ସୁନୀଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିବା ସହ ନିର୍ବାଚନ ବିଧି ମଧ୍ୟ କଡା କଡି ଭାବେ ହେବ ବୋଲି କହିଛନ୍ତି ।
– ନିର୍ବାଚନରେ ୯୦ କୋଟି ଲୋକ ନିଜ ମତାଧିକାରର ବ୍ୟବହାର କରିବେ । ପାଖାପାଖି ଦେଢ କୋଟି ଭୋଟର ୧୮ ରୁ ୧୯ ବର୍ଷ ବର୍ଷର ହେବେ ।
– ଗୋଟେଥର ମତଦାତାଙ୍କ ସୂଚୀ ପ୍ରକାଶ ହେବା ପରେ ଆଉ ନାଁ ଫେରସ୍ତ କରାଯିବ ନାହିଁ ।
– ୧୯୫୦ ନମ୍ବର ଡାଏଲ କରି ଭୋଟର ଲିଷ୍ଟ ସମ୍ବୋଧିତ ସୂଚନା ପାଇ ପାରିବେ ।
– ପରିଚୟ ପତ୍ର ପାଇଁ ୧୧ ଟି ବିକଳ୍ପ ରଖାଯାଇଛି ।
– ୧୦ ଲକ୍ଷ ମିଦାନ କେନ୍ଦ୍ର ଖୋଲାଯିବ ।
– ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଇଭିଏମ୍ ସହିତ ବିବିପ୍ୟାଟ ବି ବ୍ୟବହାର କରାଯିବ ।
– ଇଭିଏମ୍ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଏହାସହିତ ଇଭିଏମ୍ ର ଜିପିଏସ୍ ଟ୍ରାକିଙ୍ଗ ହେବ ।
– ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଉଡସ୍ପିକର ବ୍ୟବହାର ପ୍ରତିବନ୍ଧିତ ରହିବ । ମତଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ରହିବ ।
– ମତଦାନର ୫ ଦିନ ପୂର୍ବରୁ ମିଳିବ ଭୋଟର ଚିରକୁଟ୍ ।
– ଭିନ୍ନକ୍ଷମଙ୍କ ପାଇଁ ବିଶେଷ ଆପ୍ ର ସୁବିଧା ରହିଛି । ଫଳରେ ସେମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ।
– ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫ୍ ଯବାନ ମୁତୟନ ରହିବେ ।
– ଫେସବୁକ୍, ଟ୍ୱିଟର ଏବଂ ୟୁଟ୍ୟୁବରେ ରାଜନୈତିକ ବିଜ୍ଞାପନର ସୂଚନା ଜାରି ରହିବ ।