ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନିର୍ବାଚନରେ ଭୋଟ ଦେବା ପାଇଁ ଜଣେ ନାଗରିକଙ୍କ ବୟସ ୧୮ ବର୍ଷ ହୋଇଥିବା ଜରୁରୀ । ଯଦି ଜଣଙ୍କର ବୟସ ୧୮ ଏବଂ ସେ ଭୋଟର କାର୍ଡ କରିସାରିଛନ୍ତିି ତେବେ ସେ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ । ସେହିଅନୁଯାୟୀ ଯୁବାମାନଙ୍କ ଅଂଶ ଗ୍ରହଣ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଇଛି ନିର୍ବାଚନ ଆୟୋଗ । ନିର୍ବାଚନରେ ଅଧିକାଂଶ ମାତ୍ରାରେ ଯୁବାଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ନିଷ୍ପତି କରିଛି କି, ୧୭ ବର୍ଷରୁ ଅଧିକ ଯୁବକମାନେ ବର୍ତ୍ତମାନ ୧୮ ବର୍ଷ ବୟସରେ ଭୋଟର ଭାବରେ ପଞ୍ଜୀକରଣ କରିବାକୁ ଆଗୁଆ ଆବେଦନ କରିପାରିବେ ।
ପୂର୍ବରୁ ୧ ଜାନୁଆରୀ ପରଠୁ ୧୮ ବର୍ଷ ହୋଇଥିବା ବ୍ୟକ୍ତିଙ୍କୁ ମତଦାତା ରୂପେ ପଞ୍ଜିକରଣ ପାଇଁ ପୁରା ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା । ନିର୍ବାଚନ ଆଇନରେ ପରିବର୍ତ୍ତନ ପରେ ଲୋକେ ୧ ଜାନୁଆରୀ, ୧ ଏପ୍ରିଲ, ୧ ଜୁଲାଇ ଏବଂ ୧ ଅକ୍ଟୋବରକୁ ୧୮ ବର୍ଷ ବୟସରେ ମତଦାତା ରୂପେ ପଞ୍ଜିକରଣ କରିପାରିବେ ।