ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ପାଇଁ ବିଜେପି ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ପରବେଶ ସାହିବ ସିଂଙ୍କୁ ବାଦ ଦେବାକୁ ଦିଲ୍ଲୀ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି । ଏହି ଦୁଇ ନେତା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବାକୁ ଇସି ନିର୍ଦେଶ ଦେଇଥିବା ଜଣା ପଡିଛି । ସୂଚନାଯୋଗ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ଭାଷଣ ଦେଇ କହିଥିଲେ ଦେଶରେ ଥିବା ଗଦ୍ଦାରମାନଙ୍କୁ ଗୁଳି ମାରିଦେବାକୁ ।
ଯାହାକୁ ନେଇ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟି ମଧ୍ୟ ଜାରି କରିଥିଲେ । ସେହିଭଳି ପରବେଶ ସାହିବ ଏକ ରାଲିରେ ଯୋଗଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦ ସହିତ ତୂଳନା କରିଥିଲେ । ଯାହାକୁ ନେଇ ଜନ ଅସେନ୍ତୋଷ ଦେଖା ଦେଇଥିଲା । ଏମିତିକି ଏହି ଘଟଣାକୁ ନେଇ କେଜ୍ରିୱାଲ ଦୁଃଖ ପ୍ରକାଶ କରିଥିଲେ । ଏହିସବୁ କାରଣରୁ ଇସି ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।