ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଏବଂ ମହାନଗର ଟେଲିକମ ନିଗମ ଲିମିଟେଡର ୫୩.୫ ବର୍ଷ ବୟସ ପୁରା ହୋଇସାରିଥିବା କର୍ମଚାରୀଙ୍କୁ ଭିଆରଏସ ପ୍ୟାକେଜର ଲାଭ ଦିଆଯିବ । ବୁଧବାର ଦିନ କେନ୍ଦ୍ରସରକାରଙ୍କ ପକ୍ଷରୁ ୩୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା ।
ପ୍ୟାକେଜ୍ ଅନୁଯାୟୀ ଦୁଇ ସରକାରୀ କମ୍ପାନୀର ୫୩.୫ ବର୍ଷ ବୟସ ପାର ହୋଇ ସାରିଥିବା କର୍ମଚାରୀଙ୍କୁ ଏବେ ମିଳୁଥିବା ବେତନ ପ୍ୟାକେଜରୁ ୧୨୫ ପ୍ରତିଶତ ଅଧିକ ଟଙ୍କା ମିଳିବ । ଜୁନ୍ ୨୦୧୯ରେ ବିଏସଏନଏଲରେ ଏଭଳି ୧.୧୬ କର୍ମଚାରୀ ଅଛନ୍ତି । ସେହିପରି ଏମଟିଏମଏଲ ରେ ବି ଏଭଳି ୧୯ ହଜାର କର୍ମଚାରୀ ଅଛନ୍ତି । ବିଏସଏନଏଲ ରେ ସର୍ବମୋଟ କର୍ମଚାରୀ ସଂଖ୍ୟା ୧.୬୫ କର୍ମଚାରୀ ହୋଇଥିବା ବେଳେ ଏମଟିଏନଏଲ ରେ ୨୧୬୭୯ କର୍ମଚାରୀ ଅଛନ୍ତି ।
ଭିଆରଏସ ଯୋଜନା ଦ୍ୱାରା ବିଏସଏନଲ ଉପରେ ପାଖାପାଖି ୫୨୦୦ କୋଟି ଟଙ୍କାର ଭାର କମ ହୋଇଯିବ । ସେହିପରି ଏମଟିଏମଏନଲ ଉପରୁ ୧୦୮୦ କୋଟି ଟଙ୍କାର ଭାର କମ ହେବ । ଏବେ ଅନୁମାନ କରାଯାଉଛି କି ବିଏସଏନଏଲ ର ୫୮୦୦୦ କର୍ମଚାରୀ ଭିଆରଏସ ନେବେ । ସେହିପରି ଏମଟିଏନଏଲ ରେ ୯୫୦୦ କର୍ମଚାରୀ ଏଥିପାଇଁ ଆବେଦନ କରିପାରନ୍ତି ।
ଏନେଇ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି, ସରକାର ଯେକୌଣସି କର୍ମଚାରୀଙ୍କୁ ଏହି ଯୋଜନା ଅନୁଯାୟୀ ସ୍ୱଇଚ୍ଛାରେ ସେବାନିବୃତି ନେବା ପାଇଁ ଚାପ ପକାଇବେ ନାହିଁ ।
ସେହିପରି ବିଏସଏନଏଲ କର୍ମଚାରୀ ୟୁନିୟନ ସଂଘର ନେତା ସବେଷ୍ଟିୟନ କହିଛନ୍ତି କି , ସରକାରଙ୍କ ଏହି ଯୋଜନା ବହୁତ ଭଲ ହୋଇଛି, କାରଣ ଏଥିରେ କର୍ମଚାରୀଙ୍କ ଦାବି ପୁରଣ ହେଉଛି ।
ପ୍ଲାନ ମୁତାବକ, ବିଏସଏନଏଲ ସହ ଏମଟିଏନଏଲ ମର୍ଜ ହେବ । ଏହାସହିତ ବିଏସଏନଏଲ କର୍ମଚାରୀଙ୍କ ପାଇଁ ଭିଆରଏସ ଯୋଜନା ଅଣାଯିବ ।