ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାକିରୀଆଙ୍କ ପାଇଁ ଖୁସି ଖବର । ଇପିଏଫଓ ମାନେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ପକ୍ଷରୁ ପେନସନ ସହ ଜଡିତ ଏକ ବଡ ନିୟମରେ ପରିବର୍ତ୍ତନ ହେବା ପାଇଁ ଯୋଜନା ଚାଲିଛି । ଆଜ୍ଞା ହଁ ପେନସନ ପାଇଁ ବୟସ ସୀମାକୁ ୫୮ ବର୍ଷକୁ ବଢାଇ ୬୦ ବର୍ଷ କରା ଯାଇପାରେ ।
ମିଡିଆ ରିପୋର୍ଟ ମୁତାବକ, ଇପିଏଫଓ ପକ୍ଷରୁ ଏବେ ବୟସ ସୀମା ୫୮ ରୁ ବଢାଇ ୬୦ ବର୍ଷ କରାଯାଇପାରେ । ଏନେଇ ଆଗାମୀ ମାସରେ ଇପିଏଫଓ ର ଏକ ସେଣ୍ଟ୍ରାଲ ବୈଠକ ବସିବ । ଏହି ନିଷ୍ପତିରେ ପେନସନ୍ ଫଣ୍ଡକୁ ୩୦ ହଜାର କୋଟି ଟଙ୍କାର ଆଶ୍ୱସ୍ତି ମିଳିବ । ଏହାସହିତ ଚାକିରୀଆଙ୍କ ଅବସର ସମୟରେ ବି ୨ ବର୍ଷ ବୃଦ୍ଧି ହୋଇପାରେ । ଇପିଏଫଓ ଆକ୍ଟ ୧୯୫୨ରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି ।
ସୂଚନାଯୋଗ୍ୟ, ଚାକିରିଆଙ୍କ ମାସିକ ଦରମା ଦୁଇଟିୁ ଖାତାକୁ ଯାଇଥାଏ । ପ୍ରଥମ ପ୍ରୋଭିଡେଣ୍ଟ ଫଣ୍ଡ ମାନେ ଇପିଏଫ ଏବଂ ଦ୍ୱିତୀୟରେ ପେନସନ ଫଣ୍ଡ ମାନେ ଇପିଏସ । କର୍ମଚାରୀଙ୍କ ଦରମାର ୧୨ ପ୍ରତିଶତ ଏପିଏଫ୍ ଫଣ୍ଡ ଯାଇଥାଏ । ଏହାବ୍ୟତିତ କମ୍ପାନୀ ପକ୍ଷରୁ ୩.୬୭ ପ୍ରତିଶତ ଇପିଏଫ ରେ ଏବଂ ବାକି ୮.୩୩ ପ୍ରତିଶତ କର୍ମଚାରୀ ପେନସନ ଯୋଜନା ଇପିଏସ ରେ ଜମା ହୋଇଥାଏ ।