ଜାମ୍ମୁ (ଏଟିଆର ବ୍ୟୁରୋ): ପୁଣି ପୁଲୱାମାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିତ ସୂଚନା ମୁତାବକ, ପୁଲୱାମାର ଅବନ୍ତୀପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପ୍ରଥମ ସେନା ଉପରକୁ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ । ଯାହାର ପ୍ରତି ଜବାବରେ ଆତଙ୍କବାଦୀଙ୍କ ଉପରକୁ ସେନା ଗୁଳି ବିନିମୟ କରିଥିଲା ।
ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ଏନକାଉଣ୍ଟର ହେବା ସହ ତା ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଆତଙ୍କବାଦୀମାନେ ବାରମ୍ବାର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ସହ ଆତଙ୍କରାଜ ଖେଳାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସୀମା ଚତୁଃପାଶ୍ୱର୍ରେ ଲୁଚି ରହିଥିବା ସମସ୍ତ ଆତଙ୍କବାଦୀଙ୍କୁ ଧରିବା ନିମନ୍ତେ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ କରାଯାଉଛି । ବୌଶେରା ଅଞ୍ଚଳ, ପୋଠା, ଖେଡି, ଦରାଟ, ମଙ୍ଗଲାଦେଇ ଅଞ୍ଚଳରେ ଗତ ସୋମବାର ଦିନ ଆତଙ୍କବାଦୀଙ୍କୁ ଖୋଜା ଯାଇଛି ।