ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କର ପ୍ରୋଭିଡେଣ୍ଡ ଫଣ୍ଡ (ପିଏଫ)ସହ ଜଡିତ କିଛି ସମସ୍ୟା ରହିଛି ତେବେ ଚିନ୍ତା କରନ୍ତୁ ନାହିଁ । ପ୍ରକୃତରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ତାର ସଦସ୍ୟଙ୍କ ପାଇଁ ଏକ ନୂତନ ସୁବିଧା ଆରମ୍ଭ ହୋଇଛି । ସେହିଅନୁଯାୟୀ ପିଏଫ ସହ ଜଡିତ ସମସ୍ୟାର ସମାଧାନ ପ୍ରତ୍ୟେକ ମାସ ୧୦ ତାରିଖରେ କରାଯିବ । ଇପିଏଫ୍ ର ସମସ୍ତ ଫିଲ୍ଡ ଅଫିସ୍ ପ୍ରତ୍ୟେକ ମାସ ୧୦ ତାରିଖରେ ‘ନିଧି ଆପକେ ନିକଟ’ କାର୍ଯ୍ୟକ୍ରମ ଆୟୋଜିତ କରି ସଦସ୍ୟମାନଙ୍କ ଅଭିଯୋଗକୁ ସାମାଧାନ କରିବେ । ଇତିମଧ୍ୟରେ ଆପଣ ଇପିଏଫ୍ ଅଫିସ୍ ଯାଇ ଅଭିଯୋଗ ବା ସମସ୍ୟାର ସମାଧାନ କରାଇପାରିବେ ।
ଯଦି କୌଣସି ମାସର ୧୦ ତାରିଖକୁ ଛୁଟି ପଡୁଥିବ ତେବେ ‘ନିଧି ଆପକେ ନିକଟ’ କାର୍ଯ୍ୟକ୍ରମକୁ ଆଗାମୀ କାର୍ଯ୍ୟ ଦିବସରେ ଆୟୋଜିତ କରାଯିବ । ଏଥିରେ ଇପିଏଫ୍ ସଦସ୍ୟଙ୍କ ପାଇଁ ସେମାନଙ୍କ ଅଭିଯୋଗ ଏବଂ ସମସ୍ୟା ସମାଧାନ କରିବା ପାଇଁ ସହଜ ହେବ । ଏହି ପ୍ରୋଗ୍ରାମ ପଛରେ ଇପିଏଫଓ ମୂଳ କାରଣ ହେଉଛି ସମସ୍ତ ହିତାଧିକାରିଙ୍କୁ ଏକ ସାଧାରଣ ପ୍ଲାଟଫର୍ମକୁ ଆଣିବା ।
‘ନିଧି ଆପକେ ନିକଟ’ କାର୍ଯ୍ୟକ୍ରମ ଦ୍ୱାରା ଯଦି କୌଣସି ସଦସ୍ୟଙ୍କ ସମସ୍ୟାର ସମାଧାନ ସେହି ଦିନ ହୋଇପାରୁ ନାହିଁ, ତେବେ ସଦସ୍ୟଙ୍କ ଆପ୍ଲିକେସନକୁ ବ୍ରାଞ୍ଚ ଅଫିସର ମାର୍କ କରିବା ଉଚିତ୍ । ଏନେଇ ଅଫିସର ସୁନିଶ୍ଚିତ କରାଇବେ କି ୨୫ ତାରିଖ ସୁଧା ଷ୍ଟେକ ହୋଲ୍ଡରର ଅଭିଯୋଗର ସମାଧାନ ହେବ । ଯଦି କୌଣସି କାରଣ ବସତଃ ଆବେଦନକାରୀଙ୍କ ସମସ୍ୟାର ସମାଧାନ ପାଇଁ ସମୟ ଲାଗୁଛି ତେବେ ଆବେଦକଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ସହିତ ଏକ ଅନ୍ତରିମ ଜବାବ ପ୍ରତ୍ୟେକ ମାସ ୨୫ ତାରିଖରେ ପଠାଇବା ଉଚିତ୍ ।
ଏହାବ୍ୟତିତ ଆପଣ ଆପଣଙ୍କ ଅଭିଯୋଗ ଅନଲାଇନ୍ ରେ ବି କରିପାରିବେ । ଏଥିପାଇଁ ଇପିଏଫଓ ପକ୍ଷରୁ ଏକ ୱେବସାଇଟ୍ ଜାରି କରାଯାଇଛି । ଏହି ୱେବସାଇଟ୍ ରେ ଆପଣ ଆପଣଙ୍କ ଅଭିଯୋଗ ଦାଖଲ କରିପାରିବେ । ଯଦି ଆପଣ ସମସ୍ୟାର ନିବାରଣ କରିବାକୁ ଚାହୁଁଛନ୍ତି ତେବେ ଇପିଏଫଓ ର ଅନଲାଇନ୍ ପୋର୍ଟାଲ epfigms.gov.in କୁ ଯାଆନ୍ତୁ । ଏଠାରେ ଆପଣ ଆପଣଙ୍କର ପିଏଫ୍ ସହ ଜଡିତ ଅଭିଯୋଗ ଦାଖଲ କରିପାରିବେ ।