ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଗର୍ଭବତୀ ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଗର୍ଭବତୀ ମହିଳାଙ୍କ ପ୍ରସୂତି ସମ୍ବନ୍ଧୀୟ ସେବା ଅନ୍ୟ ହସ୍ପିଟାଲରେ କରିବା ଦ୍ୱାରା ଏବେ ସେମାନଙ୍କୁ ୭୫୦୦ ଟଙ୍କା ଦିଆଯିବାର ନିଷ୍ପତି ନିଆଯାଇଛି । ଜୀବିକା ଦର ବୃଦ୍ଧି ଯୋଗୁଁ ଏହି ନିଷ୍ପତି ନିଆଯାଇଛି । ଏପର୍ଯ୍ୟନ୍ତ ଇଏସଆଇସି ର ଗର୍ଭବତୀ ମହିଳାଙ୍କୁ ଅନ୍ୟ ହସ୍ପିଟାଲରେ ଚିକିତ୍ସା କରିବା ଦ୍ୱାରା ତାଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଥିଲା ।
ଶ୍ରମମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି କି,ଗର୍ଭବତୀ ମହିଳାଙ୍କୁ ଅନ୍ୟ ହସ୍ପିଟାଲରେ ଚିକିତ୍ସା କରାଇବାର ସହାୟତା ରାଶିକୁ ବଢାଇବାର ନିଷ୍ପତି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ନିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି କି ଲିଭିଙ୍ଗ ଇଣ୍ଡେକ୍ସ ଖର୍ଚ୍ଚକୁ ଦୃଷ୍ଟିରେ ରଖି ପ୍ରସବାବସ୍ଥା ଖର୍ଚ୍ଚର ରାଶିକୁ ବୃଦ୍ଧି କରାଇ ୫ ହଜାରରୁ ୭ ହଜାର ୫ ଶହ ଟଙ୍କା କରାଯାଇଛି । ଏହି ଟଙ୍କା ସେହି ସମୟରେ ମିଳିଥାଏ, ଯେଉଁ ସମୟରେ ଗର୍ଭବତୀଙ୍କ ପାଇଁ ଇଏଆଇସି ହସ୍ପିଟାଲରେ ମାତୃତ୍ୱ ସୁବିଧା ଉପଲବ୍ଧ ନଥାଏ ଏବଂ ସେମାନେ ଅନ୍ୟ ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି ।